ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଗକୁ ୨୦୨୦ ଟୋକିଓ ଅଲମ୍ପିକ । ଏଥିପାଇଁ ବିଭିନ୍ନ ରାଜ୍ୟର ଖେଳାଳି ମାନେ ନିଜ ନିଜର ଅଭ୍ୟାସ ଜୋର କରିଦେଇଛନ୍ତି । ତେବେ ଏହି ଭିତରେ ଓଡିଶାର ଭାରୋତ୍ତୋଳକ କେ ରବି କୁମାର ଡୋପ ଟେଷ୍ଟରେ ଧରାପଡିଛନ୍ତି । ଏହା ପରେ ନାଡା ପକ୍ଷରୁ ରବି କୁମାରଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି । ଫଳରେ ଟୋକିଓ ଅଲମ୍ପିକ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଡୋପ ଟେଷ୍ଟରେ ଧରାପଡିବା ଫଳରେ ରବି ଟୋକିଓ ଅଲମ୍ପିକରୁ ବାଦ ପଡିପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ରବି କୁମାରଙ୍କ ସମେତ ଆଉ ୪ଜଣ ଖେଳାଳି ମଧ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ସେମାନେ ହେଲେ ଭାରୋତ୍ତୋଳନକ ସ୍ପ୍ରିଣ୍ଟର ସଞ୍ଜିତ, ଗୁରମେଜ ସିଂହ, ପୂର୍ଣ୍ଣିମା ପାଣ୍ଡେ ଓ ଡିସକସ ଥ୍ରୋ ଖେଳାଳି ଧରମରାଜ ଯାଦବ । ସୂଚନାଯୋଗ୍ୟ ଥାଉକି ରବି କୁମାର ରାଜ୍ୟଗୋଷ୍ଠି କ୍ରୀଡାରେ ୨୦୧୦ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିଭଳି ୨୦୧୪ରେ ରବି ୭୭ କେଜି ବର୍ଗରେ ରୌପ୍ୟ ପଦକ ପାଇଥିଲେ ।