ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହକି ବିଶ୍ୱକପ ଟ୍ରଫି ଟୁର୍ ଅଭିଯାନ ଆରମ୍ଭ ହୋଇଯାଇଛି । ଏଫଆଇଏଚ ଓଡିଶା ହକି ମେନ୍ସ ୱାଲ୍ଡକପ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୧ ଦିନରେ ଦେଶର ୧୩ ଟି ସହର ଓ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳ ବୁଲିବ ଟ୍ରଫି । ସେହି ସହର ମଧ୍ୟରେ ରହିଛି ପଶ୍ଚିମବଙ୍ଗ, ଆସାମ, ମଣିପୁର,ଉତ୍ତରପ୍ରଦେଶ, ଝାରଖଣ୍ଡ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କଣ୍ଟାଟକ ଓ ଛତିଶଗଡ । ସେହିପରି ଡିସେମ୍ବର ୨୫ ରେ ଓଡିଶା ଫେରିବ ଟ୍ରଫି । ଏହାପରେ ଓଡିଶାର ୩୦ ଟି ଜିଲ୍ଲା ବୁଲିବ ଟ୍ରଫି ।
ସୂଚନାଯୋଗ୍ୟ, ଜାନୁଆରୀ ୧୩ରୁ ଆରମ୍ଭ ହକି ବିଶ୍ୱକପ । ରାଉଲକେଲା ଓ ଭୁବନେଶ୍ୱରରେ ଖେଳାଯିବ ମ୍ୟାଚ୍ ।