ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ପ୍ରଥମ ମ୍ୟାଚରୁ ଝୁଣ୍ଟିଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ । ମାତ୍ର ୧୦୫ ରନ ଅଲଆଉଟ ହୋଇଯାଇଛି । ଇଣ୍ଡିଜର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ପାକିସ୍ତାନ । ବିଶ୍ୱକପରେ ପାକିସ୍ତାନର ଏହା ଲୋସ୍କୋରିଂ ମ୍ୟାଚ । ପୂର୍ବରୁ ପାକିସ୍ତାନ ବିଶ୍ୱକପରେ ଲୋସ୍କୋର ୭୨ଥିଲା । ୧୯୯୨ରେ ୭୨ରେ ଅଲଆଉଟ ହୋଇଥିଲା ଦଳ । ଏହାପରେ ବିଶ୍ୱକପରେ କେବେ ଏତେ କମରନରେ ଆଉଟ ହୋଇନାହିଁ ଦଳ ।
ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଇଣ୍ଡିଜ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଫକର ଜମନ ଏବଂ ଅଧିନାୟକ ବାବର ଆଜମ ସର୍ବାଧିକ ୨୨ ରନ ଲେଖାଏଁ କରିଛନ୍ତି । ବାକି କୌଣସି ଖେଳାଳି ୨୦ ଉପରକୁ ଯାଇନଥିବା ବେଳେ ଦଳର ୭ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ନାହାଁନ୍ତି ।
ୱେଷ୍ଟଇଣ୍ଡିଜ ପକ୍ଷରୁ ଥୋମାସ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ସେ ୫ଓଭର ୪ଟି ବଲ ବିନିମୟରେ ମାତ୍ର ୨୭ ରନ ବ୍ୟୟ କରିଛନ୍ତି । ଦଳର ଅଧିନାୟକ ହୋଲଡର ୩ଟି,ରସେଲ ୨ଟି ଏବଂ କଟରେଲ ଗୋଟିଏ ୱିକେଟ ପାଇଛନ୍ତି । ମାତ୍ର ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି ଇଣ୍ଡିଜ ଆଗରେ । ଦଳରେ ଅଲରାଉଣ୍ଡର ଖଚିତ ହୋଇ ରହିଛନ୍ତି । ଏଣୁ ଏହି ସ୍କୋର ଇଣ୍ଡିଜକୁ ପୂରଣ କରିବା ସହଜ ହୋଇପାରେ ।