ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱ କପ ୨୦୧୯ ମ୍ୟାଚ୍ ରେ ବାଧକ ସାଜୁଛି ବର୍ଷା । ଏଥିଯୋଗୁଁ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ରଦ୍ଦ ହୋଇସାରିଛି । ନଟିଂଘମରେ ଟ୍ରେଂଟାବ୍ରିଜ ମଇଦାନ ଉପରେ ଗୁରୁବାର ଖେଳା ହେବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ୍ ଏହି ବର୍ଷା ଯୋଗୁଁ ବାତିଲ କରାଯାଇଥିଲା । ଏଠାରେ ଲଗାତର ଭାବେ ତିନିଦିନ ଧରି ହେଉଥିବା ବର୍ଷା ଯୋଗୁଁ ଟସ୍ ବି ପଡି ପାରୁ ନାହିଁ । କେବଳ ଦୁଇଟି ଟିମ୍ କୁ ଗୋଟେ ଲେଖାଁଏ ପଏଣ୍ଟ ବଣ୍ଟା ଯାଇଛି ।
ଲିଗ୍ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ । ବର୍ଷା ଯୋଗୁଁ ଲଗାତର ଭାବେ ରଦ୍ଦ ହେଉଥିବା ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଟିମ୍ ସେମିଫାଇନାଲ କୁ ଯାଇନାହିଁ । ଲିଗ୍ ମ୍ୟାଚରୁ ଟିମ୍ ଉତ୍ତିର୍ଣ୍ଣ ହେବା ପରେ ସେମିଫାଇନାଲକୁ ଯିବ । କିନ୍ତୁ ଶେଷ ରାଉଣ୍ଡରେ କିଛି ଜିନିଷରେ ପରିବର୍ତ୍ତନ ହେବ । ଏଥିପାଇଁ ଆଇସିସି ପକ୍ଷରୁ ବିଭିନ୍ନ ନିୟମ ବିଷୟରେ ସୂଚନା ଦିଆଯାଇଛି । ଏହି ନିୟମାନୁଯାୟୀ ବର୍ଷା ସ୍ଥିତିରେ ସେମିଫାଇନାଲ ଏବଂ ଫାଇନାଲ ରେ କିଭଳି ଟିମ୍ ଗୁଡିକୁ ଫାଇଦା ମିଳିବ ତେବେ ଆସନ୍ତୁ ଜାଣିବା ।
ସେମିଫାଇନାଲ ଏବଂ ଫାଇନାଲ ମୁକାବିଲା ଟାଇ ରହିବା ସ୍ଥିତିରେ ସୁପର ଓଭର ଦ୍ୱାରା ମ୍ୟାଚର ପରିଣାମ ବାହାର କରାଯିବ । ମାତ୍ର ଏହି ନିୟମ ଲିଗ୍ ମ୍ୟାଚ୍ ଲାଗୁ କରାଯାଇ ନାହିଁ ।
ଅଙ୍କ ତାଲିକାରେ ସମାନ ଅଙ୍କ ରହିବା ସ୍ଥିତିରେ ଲିଗ୍ ମ୍ୟାଚରେ ଜିତିଥିବା ମ୍ୟାଚ୍, ନେଟ ରନରେଟ, ହେଡ ଟୁ ହେଡ ମ୍ୟାଚ୍ ର ଫଳାଫଳ ଏବଂ ଟୁର୍ଣ୍ଣମେଣ୍ଟରୁ ପ୍ରଥମ ଟିମ୍ ର ସ୍ଥିତି ବିଷୟରେ ଜାଣିବା ପରେ , ଯେଉଁ ଟିମ୍ ଭଲ ପ୍ରଦର୍ଶନ କରିଥିବ ସେ ହିଁ ସେମିଫାଇନାଲରେ ପ୍ରବେଶ କରିପାରିବ ।
ସେମିଫାଇନାଲ ଏବଂ ଫାଇନାଲ ରିଜର୍ଭ ଡେ ରଖାଯାଇଛି । ଯଦି ସେମିଫାଇନାଲ ଏବଂ ଫାଇନାଲ ରେ ବର୍ଷା ବାଧକ ସାଜେ ତେବେ ତା ପର ଦିନ ମୁକାବିଲା ହୋଇପାରେ । ହୁଏତ ଲିଗ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ର ବ୍ୟବସ୍ଥା ନାହିଁ । ଯଦି ସେମିଫାଇନାଲ ବି ରିଜର୍ଭ ଡେ ଖେଳାଯାଇପାରେ ନାହିଁ ତେବେ ଲିଗ୍ ମ୍ୟାଚ୍ ରେ ଯେଉଁ ବି ଟିମ୍ ଅଙ୍କ ତାଲିକାର ଆଗରେ ରହିବ ସେହି ଟିମ୍ କୁ ଫାଇନାଲ ପାଇଁ ବଛା ଯିବ ।
ସେପଟେ ବିଶ୍ୱକପର ଫାଇନାଲରେ ଯଦି ବର୍ଷା ହୁଏ ତେବେ ଏଭଳି ସ୍ଥିତିରେ ଦୁଇଟି ଯାକ ଟିମ୍ କୁ ସଂଯୁକ୍ତ ବିଶ୍ୱକପର ବିଜେତା ଘୋଷଣା କରିଦିଆଯିବ ।
ଖବରମୁତାବକ, ବର୍ଷ ୨୦୦୨ରେ ଚାମ୍ପିଆନସିପ୍ ଟ୍ରଫି ର ଦୁଇ ଯିନ ଯାଏଁ ପ୍ରବଳ ବର୍ଷା ପାଇଁ ଖେଳ ହୋଇପାରିନଥିଲା । ସେହି ସ୍ଥିତିରେ ଏକକାଳୀନ ଭାରତ ଏବଂ ଶ୍ରୀଲଙ୍କା ଦୁଇ ଦେଶକୁ ବିଜେତା ଘୋଷଣା କରାଯାଇଥିଲା ।