ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଜିତିଲା ଭାରତୀୟ ପୁରୁଷ ହକିଦଳ । ଗତକାଲି ସନ୍ଧାରେ କାନାଡାକୁ ୫-୧ ଗୋଲରେ ହରାଇ ସିଧା ପହଁଞ୍ଚି ଯାଇଛି କ୍ୱାଟର ଫାଇନାଲରେ । ଶେଷ ଲିଗ ମ୍ୟାଚରେ ଭାରତକୁ ମିଳିଛି ଏହି ବଡ ସଫଳତା । ତେବେ ସବୁଠାରୁ ବଡ କଥା ହେଉଛି ଭାରତ ଦେଇଥିବା ୫ଟି ଗୋଲ ମଧ୍ୟରୁ ଓଡିଆ ପୁଅ ଅମିତଙ୍କ ଗୋଟିଏ ଗୋଲ ରହିଛି । ଅନ୍ୟ ୪ଟି ଗୋଲ ଭିତରେ ଦଳ ପକ୍ଷରୁ ହରମନପ୍ରୀତ ସିଂହ, ଚିଙ୍ଗଲେନସାନା, ଅମିତ ରୋହିଦାସ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଲଳିତ ଉପାଧ୍ୟାୟ ୨ଟି ଫିଲ୍ଡ ଗୋଲ କରିଛନ୍ତି।
ମ୍ୟାଚର ୧୨ ମିନିଟରେ ପ୍ରଥମ ଗୋଲ୍ ଏକ ପେନାଲଟି କର୍ଣ୍ଣରରୁ ସ୍କୋର କରିଥିଲେ ହରମନପ୍ରୀତ ସିଂହ । ମଧ୍ୟାନ୍ତର ପର୍ୟ୍ୟନ୍ତ ୧-୦ରେ ଆଗୁଆ ଥିଲା ଘରୋଇ ଦଳ । କାନାଡ଼ାର ଭାନ୍ସନ୍ ଫ୍ଲୋରିସ୍ ଏହାକୁ ୩୯ତମ ମିନିଟ୍ରେ ଶୁଝାଇ ଦେଇଥିଲେ । ତେବେ ୭ ମିନିଟ୍ ପରେ ମ୍ୟାଚ୍ର ୪୬ତମ ମିନିଟ୍ରେ ଅଭିଜ୍ଞ ଚିଙ୍ଗଲେନ୍ସେନା ଏକ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗେଇ ନେବା ପରେ ଏହାକୁ ଲଲିତ ଉପାଧ୍ୟାୟ ୩-୧ରେ ପରିଣତ କରିଥିଲେ । ଲଳିତ ୪୭ ଏବଂ ଏହା ପରେ ଓଡ଼ିଶାର ଅମିତ ରୋହିଦାସ ୫୧ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଅମିତ ଦଳ ପାଇଥିବା ପେନାଲଟି କର୍ଣ୍ଣରରୁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ । ପୁଣି ଲଳିତ ଉପାଧ୍ୟାୟ ୫୭ ମିନିଟ୍ରେ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର କରି ଭାରତକୁ ୫-୧ରେ ଜିତାଇଥିଲେ । ଧମାକେଦାର ଖେଳ ଦେଖି ଦର୍ଶକଙ୍କ ପଇସା ଅସୁଲ ହୋଇଗଲା । ଲଳିତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି ।