ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଉ ମାତ୍ର ୧୯ ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ବିଶ୍ୱକପ । ତେବେ ଭାରତୀୟ ଦଳରେ ଖେଳାଳି ଚୟନକୁ ନେଇ ପ୍ରଂଶସକ ଏବଂ ପୂର୍ବତନ ଖେଳାଳିମାନେ ବିଭିନ୍ନ ଯୁକ୍ତି କରିଛନ୍ତି । ଦଳରେ ଯୁବ ଖେଳାଳି ପନ୍ଥଙ୍କୁ ସ୍ଥାନ ନମିଳିବା ନେଇ ଉଠିଛି ସ୍ୱର । ବିଶ୍ୱର ବହୁ ବରିଷ୍ଟ ଖେଳାଳିମାନେ ମଧ୍ୟ ପନ୍ଥଙ୍କ ପାଇଁ ଯୁକ୍ତି ବାଢ଼ିଛନ୍ତି । ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ପନ୍ତଙ୍କ ପାଇଁ ଟ୍ୱିଟ କରିଛନ୍ତି । ସେ କହିଛନ୍ତି କେମିତି ଏବଂ କାହିଁକି ପନ୍ଥଙ୍କୁ ସ୍ଥାନ ଦିଆଯାଇନି । ସେ ଚୟନକର୍ତ୍ତାଙ୍କୁ ନେଇ ଉଠାଇଛନ୍ତି ପ୍ରଶ୍ନବାଚୀ ।
ବଲିଉଡ କଳାକାର ରିଷି କପୁର ମଧ୍ୟ ପନ୍ଥଙ୍କୁ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି ଏଭଳି ଜଣେ ଉଦୀୟମାନ ଖେଳାଳିଙ୍କୁ କିଭଳି ସ୍ଥାନ ଦିଆଗଲାନି । ଏବେ ବି ସମୟ ଅଛି ଦଳରେ ସାମିଲ କରାଯାଇପାରିବ । କେବଳ ଖେଳାଳି ଏବଂ ଅଭିନେତା ନୁହଁନ୍ତି ବହୁ ପ୍ରଂଶସକ ମଧ୍ୟ ଚାହୁଁଛନ୍ତି ପନ୍ଥ ବିଶ୍ୱକପ ଦଳରେ ସ୍ଥାନ ପାଆନ୍ତୁ । ଏଲିମିନେଟର ରାଉଣ୍ଡରେ ହାଇଦ୍ରାବାଦ ବିପକ୍ଷରେ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ସ୍ୱାଦ ଚଖାଇଥିବା ପନ୍ଥଙ୍କ ପ୍ରଂଶସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି ।
ବିଶ୍ୱକପ ଦଳରେ ଷ୍ଟାଣ୍ଡବାଇରେ ଅଛନ୍ତି ପନ୍ଥ । ତେବେ କେହି ଖେଳାଳି ଆହତ ହେଲେ ସେ ଦଳରେ ସାମିଲ ହେବେ । କିନ୍ତୁ ପ୍ରଂଶସକମାନେ ଏହାକୁ ବରଦାସ୍ତ କରିପାରୁନାହାଁନ୍ତି । ସମସ୍ତେ ଚାହାଁନ୍ତି ସେ ଦଳରେ ସାମିଲ ହେବା ଦରକାର । ଦଳରେ ସ୍ଥାନ ପାଇଥିବା କେଦାର ଯାଦବ ଆଇପିଏଲ ମ୍ୟାଚ ସମୟରେ ହୋଇଥିଲେ । କିନ୍ତୁ ସେ ବିଶ୍ବକପ ପୂର୍ବରୁ ଠିକ ହୋଇଯିବେ ବୋଲି ସୂଚନା ମିଳିଛି ।