ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ । କ୍ରିକେଟ ମହାକୁମ୍ଭକୁ ନେଇ କ୍ରିକେଟ ପଣ୍ଡିତମାନେ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରି ଦେଇଛନ୍ତି । କିଏ କହୁଛି ବ୍ୟାଟ୍ସମ୍ୟାନଙ୍କୁ ପିଚ ସୁହାଇବ ତ ଆଉ କିଏ କହୁଛି ବୋଲରଙ୍କ ପାଇଁ ପିଚ ଅନୁକୂଳ ରହିବ । ଏଭଳି ଆକଳନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ବିଶ୍ୱର ହିଟର ବ୍ୟାଟ୍ସମ୍ୟାନଙ୍କ ଉପରେ ରହିବ ସମସ୍ତଙ୍କ ନଜର ।
ଚଳିତ ବର୍ଷ ବିଶ୍ୱକପ ଇଂଲଣ୍ଡର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ସୁହାଇବ ବୋଲି ଅନୁମାନ କରାଯାଉଛି । ଏଣୁ ହିଟର ବ୍ୟାଟ୍ସମ୍ୟାନଙ୍କ ଉପରେ ସମସ୍ତଙ୍କ ନଜର । ୱେଷ୍ଟଇଣ୍ଡିଜ ଦଳରେ ଅଧିକାଂଶ ମାରାତ୍ମକ ବ୍ୟାଟ୍ସମ୍ୟାନ ରହିଛନ୍ତି । ଦଳର ପ୍ରାୟ ଖେଳାଳି ଅଲରାଉଣ୍ଡର । ରସେଲ ଏବଂ ଗେଲଙ୍କ ଭଳି ଖେଳାଳିଙ୍କୁ ଇଂଲଣ୍ଡ ପରିବେଶ ସୁହାଇବ । ନିକଟରେ ଯାଇଥିବା ଆଇପିଏଲରେ ରସେଲ ବଡ ବଡ ସଟ ଖେଳି ସମସ୍ତଙ୍କ ମନ ଜିଣିଥିଲେ । ଏଣୁ ବିଶ୍ୱକପରେ ଏହି ବଡ ସଟ ଦୋହରାଇବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
ସବୁ ଦଳ ଟାଇଟଲ ହାତେଇବା ପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ଭାରତୀୟ ଖେଳାଳିମାନେ ପରିବାର ସହ ସମୟ ବିତାଉଛନ୍ତି । କିନ୍ତୁ ବିଶ୍ୱକପରେ ଟାଇଟଲ ଦାବିଦାର ରହିଛି ଭାରତ । ପାଣ୍ଡ୍ୟା,ଧୋନୀ,ରୋହିତ ଏବଂ ଧାୱନଙ୍କ ଭଲ ଫର୍ମରେ ଅଛନ୍ତି । ଅପରପକ୍ଷରେ କେତେକ କ୍ରିକେଟ ବିଶେଷଜ୍ଞ କହିଛନ୍ତି କି ଇଂଲଣ୍ଡ ପିଚ ସ୍ପିନରଙ୍କୁ ସୁହାଇବ । ତିନିଥର ବିଶ୍ୱକପ ବିଜେତା ହୋଇଥିବା ଅଷ୍ଟେଲିଆ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନୈରାଶ୍ୟ ଜନକ ପ୍ରଦର୍ଶନ କରୁଥିଲା । କିନ୍ତୁ ୱାଣ୍ଣର ଏବଂ ସ୍ମିଥଙ୍କ ଦଳକୁ ଆସିବା ଅଷ୍ଟ୍ରେଲିଆକୁ ଶକ୍ତିଶାଳୀ କରିଦେଇଛି ।