ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ୫ଜି ରୋଲ ଆଉଟ ସହିତ ଏୟାରଟେଲ ପର୍ଯ୍ୟାୟକ୍ରମେ ତାର ୫ଜି ସେବା ଆରମ୍ଭ କରିଦେଇଛି । ୮ଟି ସହରରେ ୫ଜି ସେବା ଆରମ୍ଭ ହୋଇଯାଇଛି । ସେହି ସହର ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁୁରୁ, ଚେନ୍ନାଇ, ସିଲିଗୁଡି, ବାରଣାସୀ ଏବଂ ନାଗପୁର । ଯେଉଁ ଏୟାରଟେଲ ଉପଯୋଗକର୍ତ୍ତାଙ୍କ ନିକଟରେ ୫ଜି ସ୍ମାର୍ଟଫୋନ ରହିଛି ସେମାନେ ରୋଲ ଆଉଟ ପୁରା ହେବା ଯାଏଁ ନିଜ କରେଣ୍ଟ ଡାଟା ପ୍ଲାନରେ ଲାଟେଷ୍ଟ ନେଟୱର୍କ ବ୍ୟବହାର କରିପାରିବେ ।
ଏକ ରିପୋର୍ଟ ମୁତାବକ, ଦିଲ୍ଲୀରେ ଏୟାରଟେଲ ୫ଜି ପ୍ଲସ ର ଡାଉନଲୋଡ ସ୍ପିଡ ୧୯୭.୯୮ ଏମବିପିଏସ ରହିଥିବା ବେଳେ ମୁମ୍ବାଇରେ ୫ଜି ପ୍ଲସର ଡାଉନଲୋଡ ସ୍ପିଡ ୨୭୧.୦୭ ଏମବିପିଏସ ରହିଛି । ସେହିପରି ବାରଣାସୀରେ ୫୧୬.୫୭ଏମବିପିଏସ ଏବଂ କୋଲକାତାରେ ୩୩.୮୩ ଏମବିପିଏସ ରହିଛି ।
୨୦୨୩ ସୁଦ୍ଧା ଭାରତର ପ୍ରମୁଖ ସହରରେ ଏୟାରଟେଲ ତାର ୫ଜି ସେବା ଲଞ୍ଚ କରିବାର ଘୋଷଣା କରିଛି ।