ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକ ନିଜ ସେବା ସହ ଜୋଡିବା ପାଇଁ ନେଟଫ୍ଲିକ୍ସ ଭିନ୍ନ ଭିନ୍ନ ଉପାୟ ଆପଣାଉଛି । ଗତବର୍ଷ କିଛି ସୋ’ ଏବଂ ଫିଲ୍ମକୁ ବିନା ସବସ୍କ୍ରିପ୍ସନରେ ଦେଖିବା ପାଇଁ ମାଗଣା କରିଦେଇଥିଲା । ସେହିପରି ଏବେ ନୂତନ ଫ୍ରି ପ୍ଲାନ ଲଞ୍ଚ କରିଛି ନେଟଫ୍ଲିକ୍ସ । ପ୍ରଥମ ଥର ପାଇଁ ନେଟଫ୍ଲିକ୍ସ ଲୋକଙ୍କୁ ମାଗଣା ସେବା ଯୋଗାଉଛି । ଏହି ଫ୍ଲାନକୁ କେନୟାରେ ଲଞ୍ଚ କରିଛି ନେଟଫ୍ଲିକ୍ସ । ଏଠାକାର ୟୁଜର୍ସ ଫିଲ୍ମ ଆଉ ସିରିଜ୍ କୁ ବିନା ବିଜ୍ଞାପନରେ ଦେଖିପାରିବେ । କିନ୍ତୁ ଭାରତରେ ଏହି ପ୍ଲାନ ଲଞ୍ଚ କରାଯାଇ ନାହିଁ ।
ଫ୍ରି ପ୍ଲାନରେ ମାତ୍ର କିଛିଟା ଫିଲ୍ମ ଆଉ ସିରିଜ୍ ଦେଖିବାକୁ ପୂର୍ବରୁ ମିଳୁଥିଲା । କିନ୍ତୁ ଏଥରକ ସବୁ କିଛି ଫ୍ରି କରିଦେଇଛି ନେଟଫ୍ଲିକ୍ସ । ଫ୍ରି ଯୋଜନାର ଲାଭ ଉଠାଇବା ପାଇଁ ୟୁଜର୍ସଙ୍କୁ ରେଜିଷ୍ଟର କରିବାକୁ ହେବ କିନ୍ତୁ ତାଙ୍କୁ ପେମେଣ୍ଟ କରିବାର ଆବଶ୍ୟକତା ପଡିବ ନାହିଁ ।