ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଫୋନ୍ ସହାୟତାରେ ଖୋଲିବ କାର ଡୋର । କାର ଡୋର ଖୋଲିବା ପାଇଁ ଆଉ ଚାବିର ଆବଶ୍ୟକତା ପଡିବ ନାହିଁ । ଏନେଇ ଏବେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ନିହାତି ଭାବେ ଉଙ୍କି ମାରୁଥିବ । ଫୋନ୍ ରେ କିଭଳି ଖୋଲିବ କାର୍? ଫୋନ୍ ର କାର ସହିତ ସମ୍ପର୍କ କଣ? ଏହା କିଭଳି? ଏଭଳି ଅନେକ ପ୍ରଶ୍ନ । ଆଜ୍ଞା ହଁ ବହୁତ ଶୀର୍ଘ ଆପଲ୍ କମ୍ପାନୀ ତାର ଆଇଓଏସ ସଫ୍ଟୱେରରେ ‘କାରକି’ ନାମକ ଏକ ଫିଚର ଲଞ୍ଚ କରିବାକୁ ଯାଉଛି । ଏହାଦ୍ୱାରା ଆପଣଙ୍କ ଫୋନ୍ ରେ ଏକ ଡିଜିଟାଲ ଚାବି ରହିବ । ଯେଉଁଥିରେ କାର୍ ଖୋଲିବାରେ ସହାୟତା ମିଳିବ । ୨୦୨୧ ବିଏମଡବ୍ଲ୍ୟୁ ୫ ସିରିଜ୍ ରେ ଏହି ଫିଚର ବ୍ୟବହାର କରାଯାଇ ପାରିବ । ୱାଲ୍ଡୱାଇଡ ଡେଭଲପର୍ସ କନଫରେନ୍ସ ଅବସରରେ ଆପଲ୍ କମ୍ପାନୀ ଏହି ଫିଚରର ଘୋଷଣା କରାଯାଇଥିଲା, ସେଠାରେ ଟେକ୍ନୋଲୋଜିର ପୁରୁଣା କମ୍ପାନୀ କହିଛି କି ‘କାରକି’ ଫିଚର ଆଇଓଏସ ୧୪ ରେ ଏକ ନୂତନ ସୁବିଧା ରୂପେ ଲଞ୍ଚ କରାଯିବ ।
ଏହି ଫିଚର ଆପଣଙ୍କ ଫୋନ କୁ କାର ର ଚାବି ଭଳି ବ୍ୟବହାର କରିବାର ସୁବିଧା ଦେଇଥାଏ । ଏହାଦ୍ୱାରା ଗ୍ରାହକ କାର କୁ ଅନଲକ୍ କରି ପାରିବେ ଏବଂ ଇଞ୍ଜିନ୍ କୁ ଷ୍ଟାଟ କରିବା ପାଇଁ ସ୍ମାର୍ଟଫୋନ୍ ଟ୍ରେ ରେ ଆଇଫୋନ କୁ ରଖି ପାରିବେ । । ଡିଜିଟାଲ ଚାବିକୁ ବିଏମଡବ୍ଲ୍ୟୁ ସ୍ମାର୍ଟାଫୋନ୍ ଆପ୍ ଜରିଆରେ କନଫିଗର କରାଯାଇ ପାରିବ ଏବଂ ଏହାକୁ ଅଧିକତମ ୫ ଜଣ ସାଙ୍ଗଙ୍କ ମଧ୍ୟରେ ସେୟାର କରାଯାଇ ପାରିବ । ଏହାବ୍ୟତିତ ଏହି ଖାସ୍ ଫିଚର ଗ୍ରାହକଙ୍କୁ ଅନ୍ୟ ସୁବିଧା ଯେପରିକି ଟପ୍ ସ୍ପିଡ୍,ରେଡିଓ ଶବ୍ଧ, ଇଞ୍ଜିନ୍ ପାୱର ଭଳି ଜିନିଷକୁ ନିୟନ୍ତ୍ରଣ କରିବାରେ ସୁବିଧା ବି ଦେଇଥାଏ ।
ଆପଲ୍ ୱାଲେଟ୍ ମାଧ୍ୟମରେ ଏବଂ କାର ଭିତରେ ବି ଏହି ଫିଚରକୁ ଆକ୍ସେସ କରିହେବ । ଏହାସହିତ ଏହି ଡିଜିଟାଲ ଚାବି ଆପଲ୍ ୱାଚ୍ ରେ ବି ସପୋର୍ଟ କରିବ । କେବଳ ଏତିକି ନୁହେଁ କମ ବ୍ୟାଟେରୀ ଯୋଗୁଁ ଫୋନ୍ ବନ୍ଦ ହେବା ପରେ ବି ଏଥିରେ ୫ ଘଣ୍ଟା ଯାଏଁ ପାୱାର ରିଜର୍ଭ ହୋଇ ରହିଥାଏ ।
ସେହିପରି ଅଲ୍ଟ୍ରା ୱାଇଡବ୍ରାଣ୍ଡ ଟେକନିକ୍ ଉପଯୋଗ କରୁଥିବା ଡିଜିଟାଲ ଚାବି ତିଆରି କରିବା ଉପରେ କାମ କରୁଛି ଆପଲ୍ ଏବଂ ବିଏମଡବ୍ଲ୍ୟୁ । ଏନେଇ ବିଏମଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି କି, ଆଇଫୋନ୍ ପାଇଁ ୪୫ ଦେଶରେ ଡିଜିଟାଲ ଚାବି ଉପଲବ୍ଧ କରାଯିବ ।ଏହା ୧ ଜୁଲାଇ ୨୦୨୦ ପରେ ନିର୍ମିତ ହେବାକୁ ଥିବା ୧ , ୨,୩,୪, ୫,୬,୮ସିରିଜ୍, ଏକ୍ସ୫, ଏକ୍ସ୬, ଏକ୍ସ୭, ଏକ୍ସ୫ଏମ, ଏକ୍ସ୬ଏମ ଏବଂ ଜେଡଫୋର ଭଳି ଅନେକ କାର୍ ରେ ଉପଲବ୍ଧ ହେବ ।