ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦୁନିଆର ସବୁଠାରୁ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବେ ମନରଞ୍ଜନ ସାଙ୍ଗକୁ ଭିଡିଓ ଗେମ୍ ର ସୁବିଧା ଯୋଗାଇବାକୁ ଯାଉଛି । ଫେସବୁକ ର କାର୍ଯ୍ୟକାରୀ ମାଇକ ଭରଦୁଙ୍କୁ ଗେମ୍ ଡେଭଲପମେଣ୍ଟର ଉପାଧ୍ୟକ୍ଷ ରୂପେ ନଯୁକ୍ତ କରିଛି ନେଟଫ୍ଲିକ୍ସ । । ବର୍ତ୍ତମାନ ନେଟଫ୍ଲିକ୍ସ କେବଳ ନିଜ ପ୍ଲାଟଫର୍ମରେ ଫିଲ୍ମ ଏବଂ ଟିଭି ଶୋ ପ୍ରସାରିତ କରୁଛି ।
ନେଟଫ୍ଲିକ୍ସ ଘୋଷଣା କରିଛି କି, ସେ ଦୁଇଟି ନୂତନ ସର୍ଭିସ କିଡ୍ସ ରିକ୍ୟାପ ଇମେଲ ଏବଂ କିଡ୍ସ ଟପ୍ ୧୦ ରୋ ଲଞ୍ଚ କରିବାକୁ ଯାଉଛି ।ଏହାର ଉଦ୍ଦେଶ୍ୟ ପିଲାଙ୍କ ପାଇଁ ପ୍ଲାଟଫର୍ମକୁ ଅଧିକ ଫ୍ରେଣ୍ଡଲି କରିବା । ଆଗାମୀ ବର୍ଷ ମଧ୍ୟରେ କମ୍ପାନୀ ଭିଡିଓ ଗେମିଙ୍ଗକୁ ବଜାରରେ ପ୍ରବେଶ କରି ନିଜ ପ୍ଲାଟଫର୍ମକୁ ଅଧିକ ବିସ୍ତାର କରିବାର ଯୋଜନା କରିଛି ।