ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ ହେଉଛି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ । ଏହାକୁ ସାରା ବିଶ୍ୱରେ ପ୍ରାୟ ୨ ମିଲିୟନ ଲୋକେ ବ୍ୟବହାର କରୁଛନ୍ତି । ତେଣୁ ହ୍ୱାଟ୍ସଆପକୁ ନେଇ ଉପଭୋକ୍ତାଙ୍କ ପାଇଁ କମ୍ପାନୀ ସବୁବେଳେ ଅନେକ ନୂତନ ପ୍ରକାରର ଫିରଚ ବାହାର କରୁଛି । କେତେବେଳେ ଜିବି ହ୍ୱାଟ୍ସଆପ ତ ଆଉ କେତେବେଳେ ବିଭିନ୍ନ ପ୍ରକାରର ଷ୍ଟିକର । ତେଣୁ ଏହିଭଳି ଭାବେ ହ୍ୱାଟ୍ସଆପ୍ ଅନେକ ପ୍ରକାର ଫିଚର ଆଣିଥାଏ , ଯାହାକି ଅଧିକ ଆକର୍ଷଣୀୟ ହୋଇଥାଏ । କମ୍ପାନୀ ବର୍ତ୍ତମାନ ସେମିତି କିଛି ନୂତନ ଫିଚର ଆଣିବା ପାଇଁ କାମ କରୁଛି , ଯାହାକୁ ଖୁବ ଶିଘ୍ର ଲଞ୍ଚ କରିବ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି ।
ଏକ୍ସପାୟରିଂ ମିଡିଆ :କମ୍ପାନୀ ଏହି ଫିଚର ଉପରେ ଅନେକ ସମୟ ଧରି କାମ କରୁଛି । ଏହି ଫିଚର ବର୍ତ୍ତମାନ ମାର୍କେଟକୁ ଆସିବା ପାଇଁ ରେଡି ଅଛିା ଏହାର ଅନେକ ନାମ ଦିଆଯାଇଛି ସାରିଛି । ଯେମିତିକି ସେଲ୍ଫ ଡିସଷ୍ଟ୍ରାକ୍ଟିଂ ମେସେଜ ଏବଂ ଡିସଆପିୟରିଂ ମେସେଜ । ଏହି ଫିଚର ମାଧ୍ୟମରେ ପଠାଯାଇଥିବା ଫଟୋ, ଭିଡିଓ କିମ୍ବା ଜିଆଇଏଫ ଗୁଡିକ ଦେଖିବା ପରେ ଡିଲିଟ୍ କରାଯାଇପାରିବ । ଏହା ବର୍ତ୍ତମାନ ଆପରେ ଲାଇଭ୍ ହୋଇନାହିଁ । WABetaInfo ଅନୁଯାୟୀ ଏହି ଫିଚର ଭବିଷ୍ୟତରେ ବିଟା ରିଲିଜରେ ଆସିବ ଏବଂ ପରେ ଏକ ସ୍ଥିର ରୋଲଆଉଟ୍ କରାଯିବ ।
ମଲ୍ଟି-ଡିଭାଇସ୍ ସପୋର୍ଟ:ଏକ୍ସପାୟରିଂ ମିଡିଆ ଭଳି ହ୍ବାଟସ୍ ଆପ୍ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ଉପରେ ମଧ୍ୟ କିଛି ସମୟ ଧରି କାମ କରିଆସୁଛି । ବର୍ତ୍ତମାନ ଏହାର ଲଞ୍ଚିଂ ସମ୍ପର୍କରେ କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ । ଏହି ଫିଚର ସହାୟତାରେ ଉପଭୋକ୍ତାମାନେ ଏକ ସମୟରେ ଏକାଧିକ ଡିଭାଇସରେ ସେମାନଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଚାଲୁ କରି ପାରିବେ । WABetaInfo ଅନୁସାରେ ହ୍ୱାଟ୍ସଆପ୍ ଡିଭାଇସ୍ ଲିମିଟ୍ ୪ ପର୍ୟ୍ୟନ୍ତ ସୀମିତ ରଖିବ । ଅର୍ଥାତ ଉପଭୋକ୍ତାମାନେ ଏକ ସମୟରେ ୪ଟି ଡିଭାଇସରେ ହ୍ୱାଟ୍ସଆପ୍ ଆପ୍ ଲଗ୍ ଇନ୍ କରିବାକୁ ସମର୍ଥ ହେବେ ।
ହିଷ୍ଟ୍ରି-ସିଙ୍କ୍:ମଲ୍ଟି-ଡିଭାଇସ୍ ସପୋର୍ଟ ସହ ହ୍ୱାଟ୍ସଆପ୍ ହିଷ୍ଟ୍ର-ସିଙ୍କ୍ ଫିଚର ମଧ୍ୟ ଉପଭୋକ୍ତାମାନଙ୍କ ପାଇଁ ଶୀଘ୍ର ଲଞ୍ଚ୍ କରିବାକୁ ଯାଉଛି । ଏହି ଫିଚର ସହାୟତାରେ ଉପଭୋକ୍ତାମାନେ ସମସ୍ତ ଚାଟ୍ କୁ ଗୋଟିଏ ଡିଭାଇସ୍ ରୁ ଅନ୍ୟ ଡିଭାଇସ୍ କୁ କପି କରିପାରିବେ । ଏହି ଫିଚର ସହାୟତାରେ ପ୍ରଥମ ଥର ପାଇଁ ଆଣ୍ଡ୍ରଏଡ୍ ଉପଭୋକ୍ତା ଆଇଫୋନ୍ ରେ କିମ୍ବା ଆଇଫୋନ୍ ଉପଭୋକ୍ତା ଆଣ୍ଡ୍ରୋଏଡ୍ ରେ ଚାଟ୍ କପି କରିପାରିବେ । ଏହି ତିନୋଟି ହ୍ୱାଟ୍ସଆପ ଫିଚର ବ୍ୟବହାରକାରୀଙ୍କୁ ଅନେକ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ । ଏକକାଳୀନ ସମୟରେ ଅନେକ କାମ କରିହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024