ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଛି । ଦୀପିକା ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତାଙ୍କୁ ଏନସିବି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା।ସମନ ପାଇ ଦୀପିକା ଆଜି ଦିନ ପ୍ରାୟ ୯.୪୫ରେ ଏନସିବିର ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏହାପରେ ବରିଷ୍ଠ ଏନସିବି ଅଧିକାରୀ କେପିଏସ୍ ମାଲହୋତ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। ପ୍ରଥମେ ନିୟମ ଅନୁଯାୟୀ ଦୀପିକାଙ୍କ ଫୋନକୁ ଅଧିକାରୀମାନେ ନିଜ ହେପାଜତକୁ ନେଇଥିଲେ। ଏହାପରେ ତାଙ୍କୁ ଡ୍ରଗ୍ସ ସେବନ ସମ୍ପର୍କରେ ପଚରାଉଚରା କରାଯାଇଥିଲା।
ଦୀପିକା ସବୁ ପ୍ରଶ୍ନର ଉତ୍ତର ତଦନ୍ତକାରୀ ଅଧିକାରୀଙ୍କୁ ଦେଇଥିଲେ। ଦୀପିକାଙ୍କ ସହ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ମଧ୍ୟ ଆଜି ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀପିକା ଓ କରିଶ୍ମା ହ୍ୱାଟସଆପରେ ଡ୍ରଗ୍ସ ଏବଂ ଗଞ୍ଜେଇକୁ ନେଇ ଆଲୋଚନା କରିଥିବା ଏକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଡ୍ରଗ୍ସ ଚ୍ୟାଟ ଗ୍ରୁପର ଆଡମିନ ଦୀପିକା ମଧ୍ୟ ରହିଥିବା ଜଣାପଡ଼ିଥିଲା। ଆଜି ଦୀପିକାଙ୍କୁ ସେ ବିଷୟରେ ପଚରାଉଚରା କରାଯାଇଛି। ଦୀପିକା ମଧ୍ୟ ହ୍ୱାଟସଆପ୍ ଚ୍ୟାଟକୁ ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇ ନଥିବା ଖବର ମିଳିଛି। ଏହାପରେ ସେ ଘରକୁ ପ୍ରାୟ ୪.୫ ରେ ଫେରିଥିଲେ ।
ଏହା ସହ ଶ୍ରଦ୍ଧାଙ୍କୁ ମଧ୍ୟ ଜେରା କରାଯାଇଥିଲା । ଶ୍ରଦ୍ଧା ଜେରା ବେଳେ ଡ୍ରଗ୍ସ ସେବନ କଥାକୁ ଅସ୍ୱୀକାର କରିଛନ୍ତି। ତେବେ ଏନସିବି ଅଧିକାରୀ ଏହି ଉତ୍ତରରେ ଆଦୌ ସନ୍ତୋଷ ନଥିବା ଜଣାପଡ଼ିଛି। ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା ମଧ୍ୟ ଶ୍ରଦ୍ଧା କହିଛନ୍ତି । ସାରା ଅଲୀ ଖାନଙ୍କୁ ମଧ୍ୟ ଏନସିବି ଟିମ୍ କୌଶଳୀରେ ପ୍ରଶ୍ନ ପଚରାଉଚରା କରୁଛି। ପ୍ରଥମ ପର୍ୟ୍ୟାୟରେ ସାରା କେବଳ ସିଗାରେଟ ଟାଣୁଥିବା କଥାକୁ ସ୍ୱୀକାର କରିଛନ୍ତି। ହେଲେ ସେ ସୁଶାନ୍ତଙ୍କ ସହ କେଦାରନାଥ ଫିଲ୍ମର ଶୁଟିଂ ବେଳେ ଆଦୌ ଡ୍ରଗ୍ସ ସେବନ କରି ନଥିବା କଥା କହିଛନ୍ତି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024