ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମନୋରଞ୍ଜନ ଏବଂ କମ୍ୟୁନିକେସନ କ୍ଷେତ୍ରରେ ଇଂଟରନେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ସମୟରେ ବିନା ଇଂଟରନେଟରେ ଚଳିବା କଷ୍ଟକର । କାରଣ ଲୋକେ ଆଜିକାଲି ସବୁକିଛି ସର୍ଚ୍ଚ କରିବା ପାଇଁ ଇଂଟରନେଟ ଉପରେ ହିଁ ନିର୍ଭରଶୀଳ । ଅବଶ୍ୟ ଏହି ସମସ୍ତ ସୁବିଧାର ଲାଭ ଉଠାଇବା ପାଇଁ ହାଇସ୍ପିଡ ଇଂଟରନେଟ୍ ର ଆବଶ୍ୟକ ପଡିଥାଏ । ଯଦି ଇଂଟରନେଟ ସ୍ପିଡ କମିଯାଏ ତେବେ କୌଣସି ଜିନିଷ ଖୋଜିବ ସହଜ ହୁଏ ନାହିଁ । ଏଭଳି କ୍ଷେତ୍ରରେ ଯଦି ଆପଣ ଅଧିକାଂଶ ଇଂଟରନେଟର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଜାଣିବା ଉଚିତ୍ କି ଆପଣଙ୍କୁ କେତେ ଇଂଟରନେଟ ସ୍ପିଡ ମିଳୁଛି ।
ତେବେ ଆଜି ଆସନ୍ତୁ ଜାଣିବା କିଭଳି ଚେକ୍ କରିବେ ଇଂଟରନେଟ କନେକ୍ସନର ସ୍ପିଡ୍ ।
– ଆପଣଙ୍କ ମୋବାଇଲରେ ଟ୍ରାଇ ଆପ୍ ଡାଉନଲୋଡ କରନ୍ତୁ
– ବିଗିନ୍ ଟେଷ୍ଟ ଅପ୍ସନରେ ଟ୍ୟାପ କରନ୍ତୁ ଏବଂ ଫଳାଫଳକୁ ଅପେକ୍ଷା କରନ୍ତୁ ।
– ସ୍ପିଡମିଟର ଅଟକିବା ପରେ ଆପଣଙ୍କ ସ୍କ୍ରିନରେ ଫଳାଫଳ ଦେଖାଯିବ ।
ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆପ ୟୁଜର୍ସଙ୍କୁ ନିଜ ଡାଟା ସ୍ପିଡ ମାପିବାର ଅନୁମତି ଦେଇଥାଏ ।
ମିଡିଆରିପୋର୍ଟ ମୁତାବକ, ଏନସିଆରରେ ୫ଜି ସ୍ପିଡ ମାମଲାରେ ଜିଓ, ଏୟାରଟେଲ ଠାରୁ ଆଗରେ ରହିଛି । ଏୟାରଟେଲର ସ୍ପିଡ ୧୯୭.୯୮ଏମବିପିଏସ ଥିବା ବେଳେ ଜିଓର ସ୍ପିଡ ୫୯୮.୫୮ଏମବିପିଏସ ।