ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଇଣ୍ଟରନେଟ ବ୍ୟବହାର କରିବା ସମୟରେ ସ୍ଳୋ ସ୍ପିଡ୍ ଭଳି ସମସ୍ୟାର ସମ୍ମୁଖୀନ ବହୁ ସମୟରେ କରିବାକୁ ପଡିଥାଏ ।
କିନ୍ତୁ ଏହି ସମସ୍ୟା କାହିଁକି ହୋଇଥାଏ, ସେ ବିଷୟରେ ଖୁବ କମ ଲୋକ ଜାଣିଥାନ୍ତି । ପ୍ରକୃତରେ ଏହା ସର୍ଭିସ ଯୋଗାଉଥିବା କମ୍ପାନୀ ମାନଙ୍କର ମାର୍କେଟିଂ ଷ୍ଟ୍ରାଟେଜି ।
ତେବେ ଇଣ୍ଟରନେଟର ସ୍ପିଡ୍ କମାଇବା କିମ୍ବା ବଢାଇବା ସବୁ ଆମ ସର୍ଭିସ ଯୋଗାଉଥିବା କମ୍ପାନୀ ହାତରେ ହିଁ ଥାଏ । ଆମେ ଚୟନ କରିଥିବା ପ୍ଳାନ ହିସାବରେ ହିଁ ଆମ ନେଟର ସ୍ପିଡ୍ ଉପଲବ୍ଧ ହୋଇଥାଏ । ଏ ସବୁ ଗୋଟିଏ ପ୍ରକାରର ମାର୍କେଟିଂ ରଣନୀତି ବୋଲି କୁହାଯାଇପାରେ ।
ବ୍ୟସ୍ତ ସମୟରେ ଆମ ଇଣ୍ଟରନେଟର ବ୍ୟାଣ୍ଡୱିଡଥ୍ କୁ ଆପେଆପେ କମାଇ ଦିଆଯାଇ, ଆମଠାରୁ ଅଧିକ ଦାମୀ ପ୍ୟାକ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥାଏ ।
ତେବେ ଏ ସବୁ ସମସ୍ୟାର ସମାଧାନ କରିବାକୁ ଯାଇ ୱାଇଫାଇ ବ୍ୟବହାର କାରୀଙ୍କ ପାଇଁ ଜର୍ମାନ ଜଣେ ଇଂଜିନିୟର ‘ୱାଇଫାଇ ଅଲଟ୍ରା ବୁଷ୍ଟ’ ଭଳି ଏକ ନୂଆ ଡିଭାଇସ୍ ତିଆରି କରିଛନ୍ତି ।
ଏହି ଡିଭାଇସ୍ ରେ ଦୁଇଟି ରାଉଟରସ୍ ସହିତ ଗୋଟିଏ ଶକ୍ତିଶାଳୀ ଆମ୍ପଲିଫାୟର ମଧ୍ୟ ରହିଛି ଯାହା ଆମ ଇଣ୍ଟରନେଟର ସ୍ପିଡ୍ କୁ ବଢାଇବାରେ ସାହାଯ୍ୟ କରିଥାଏ ।