ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି GPay ଏବଂ Paytmରେ ମୋବାଇଲ ରିଚାର୍ଜ ପାଇଁ ଦେବାକୁ ପଡିବ ଚାର୍ଜ । ଆଉ କରିପାରିବେନି ଫ୍ରି ରେ ରିଚାର୍ଜ । ଫୋନପେ ଭଳି ଏଣିକି ଜି-ପେ ଏବଂ ପେଟିଏମ ରେ ମଧ୍ୟ ଚାର୍ଜ ଦେବାକୁ ପଡିବ ।
ଦେଶର ପ୍ରମୁଖ ୟୁପିଆଇ ଆପ ପେଟିଏମ ଓ ଗୁଗଲ ପେ ସହିତ ଜଡିତ ଏକ ଅପଡେଟ ସାମ୍ନାକୁ ଆସିଛି । ଯଦି ଆପଣ ଏହି ଆପ୍ ଜରିଆରେ ମୋବାଇଲ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ପ୍ଲାଟଫର୍ମ ଫି ଦେବାକୁ ପଡିବ । ଅର୍ଥାତ ମୋବାଇଲ ରିଚାର୍ଜ ପାଇଁ ଯେତିକି ରାଶି ଆବଶ୍ୟକ ଆଉ କିଛି ରାଶି ଆପଣଙ୍କୁ ଦେବାକୁ ପଡିବ । ଦେୟ ଉପରେ ନିର୍ଭର କରି କମ୍ପାନୀ ୧ ରୁ ୬ ଟଙ୍କା ମଧ୍ୟରେ ଚାର୍ଜ ନେଉଛି ।
ଯଦି ଆପଣ ଏୟାରଟେଲରେ ବର୍ଷିକିଆ ପ୍ୟାକ ୨୯୯୯ ଟଙ୍କା ରିଚାର୍ଜ କରନ୍ତି ତେବେ ଆପଣଙ୍କଠୁ କମ୍ପାନୀ ୫ଟା ଫ୍ଲାଟଫର୍ମ ଫି ଆଦାୟ କରିବ ।