ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ସମୟରେ ହ୍ୱାଟ୍ସଆପ ଗ୍ରାହକଙ୍କ ପାଇଁ ନୂଆ ଫିଚର୍ସ ନେଇ ଆସିଥାଏ । ସେହିପରି ଏବେ ଗ୍ରାହକଙ୍କ ପାଇଁ ଆୟ କରିବାର ଅପ୍ସନ ଆଣିବ ହ୍ୱାଟ୍ସଆପ୍ । ଯେଉଁଥିରେ ୟୁଜର୍ସଙ୍କ ଷ୍ଟାଟସ ରେ ବିଜ୍ଞାପନ ଦେଖିବାକୁ ମିଳିବ । ଯଦି ଆପଣ ବି ହ୍ୱାଟ୍ସଆପ ରେ ଷ୍ଟାଟସ ଦେଉଥିବେ ତେବେ ଆପଣଙ୍କ ପାଇଁ ଏହା ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସସପର ଷ୍ଟାଟସ ବିଜ୍ଞାପନ ଫିଚର କେବେ ରିଭିଲ ହେବ ।
ବ୍ରାଜିଲରେ ଏକ ଇଣ୍ଟରଭ୍ୟୁରେ ହ୍ୱାଟ୍ସଆପ ପ୍ରମୁଖ ବିଲ କ୍ୟାଥାର୍ଟ କହିଛନ୍ତି କି, ଖୁବ୍ ଶୀଘ୍ର ହ୍ୱାଟ୍ସଆପ ରେ ବିଜ୍ଞାପନ ଅପ୍ସନ ଆସିବ । ସେ ସ୍ପଷ୍ଟ କରିଛନ୍ତି କି, ଗ୍ରାହକଙ୍କ ପ୍ରାଇମେରୀ ଚାଟ୍ ଇନବକ୍ସରେ ବିଜ୍ଞାପନ ଦେଖାଇବନି କମ୍ପାନୀ । କେବଳ ହ୍ୱାଟ୍ସଆପ ଚ୍ୟାନେଲ ଏବଂ ହ୍ୱାଟ୍ସଆପ ଷ୍ଟାଟସ ଫିଚର ରେ ଦେଖାଇବ ।
ସିଧା କଥା କହିବାକୁ ଗଲେ ଚ୍ୟାନେଲ ସବସ୍କ୍ରିପସନଙ୍କ ପାଇଁ ଫି ଲାଗିପାରେ । କେବଳ ଏହା ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଆକ୍ସେସ ପାଇଁ ପେମେଣ୍ଟ କରୁଥିବେ ।