ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେକ୍ ଜଏଣ୍ଟ ଫେସବୁକ ତାର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣୁଛି । ନିକଟରେ ଫେସବୁକ ତାର ୟୁଜର୍ସଙ୍କ ପାଇଁ ମେସେଞ୍ଜର ରୁମ୍ସ ଫିଚର୍ସ ଆଣିଥିଲା । ଏହି ଖାସ୍ ଫିଚର ଜରିଆରେ ଏକକାଳୀନ ୫୦ ଲୋକଙ୍କ ସହିତ ଗ୍ରୁପ ଭିଡିଓ କଲ କରାଯାଇ ପାରିବ । କିନ୍ତୁ ବହୁତ କମ ଲୋକ ଜାଣିଥିବେ ହ୍ୱାଟ୍ସଆପ୍ ରୁମ ତିଆରି କରିବା ଏବଂ ତାକୁ ବ୍ୟବହାର କରିବା । ତେବେ ଆସନ୍ତୁ ଜାଣିବା ସେ ବିଷୟରେ….
ହ୍ୱାଟ୍ସଆପ୍ ମେସେଞ୍ଜର ରୁମ୍ ପାଇଁ ୟୁଜର୍ସଙ୍କ ଏହାର ଲାଟେଷ୍ଟ ଭର୍ସନ ରହିବା ଜାରୁରୀ । ଏହାବ୍ୟତିତ ଫେସବୁକ ମେସେଞ୍ଜର ର ବି ଅପଡେଟ ଭର୍ସନ ଆବଶ୍ୟକ ।
କିଭଳି କରିବେ ୫୦ ଲୋକଙ୍କ ସହିତ ଭିଡିଓ କଲ
– ପ୍ରଥମେ ହ୍ୱାଟ୍ସଆପ୍ ଖୋଲିକି କଲ ଅପ୍ସନକୁ ସିଲେକ୍ଟ କରନ୍ତୁ ।
– ଏହାପରେ କ୍ରିଏଟ ଏ ରୁମ ଅପ୍ସନରେ କ୍ଲିକ କରନ୍ତୁ ।
– ପୁଣି କଣ୍ଟିନ୍ୟୁ ଇନ୍ ମେସେଞ୍ଜର ଅପ୍ସନକୁ ଯିବା ପରେ ଏହା ଆପଣଙ୍କୁ ମେସେଞ୍ଜର ଆପ୍ କୁ ନେଇଯିବ ।
– ଏହାପରେ ଟ୍ରାଏ ଇଟ୍, ହୋଏନ୍ ପ୍ରମ୍ପଟେଡ ଉପରେ କ୍ଳିକ କରନ୍ତୁ ।
– ପୁଣି କ୍ରିଏଟ ରୁମ ଉପରେ କ୍ଲିକ କରି ରୁମ୍ ର ଏକ ନାମ ରଖନ୍ତୁ ।
– ଏହାପରେ ସେଣ୍ଡ ଲିଙ୍କ ଅନ୍ ହ୍ୱାଟ୍ସଆପ୍ ରେ କ୍ଲିକ କରନ୍ତୁ । ଏଥିରେ ହ୍ୱାଟ୍ସଆପ୍ ପୁର୍ନବାର ଖୋଲିଯିବ । ତାପରେ ଏହି ଲିଙ୍କ କୁ କଣ୍ଟାକ୍ଟ ବା ଗ୍ରୁପ୍ ରେ ସେୟାର କରି ପାରିବେ ।
ହ୍ୱାଟ୍ସଆପ୍ ରେ ରୁମ୍ ଜଏନ୍ କରିବାର ଉପାୟ…
– ହ୍ୱାଟ୍ସଆପ୍ସ ରେ ଥିବାରେ ରୁମ ଲିଙ୍କ ଊପରେ କ୍ଲିକ କରନ୍ତୁ ।
– ଏହି ଲିଙ୍କ ଆପଣଙ୍କୁ ମେସେଞ୍ଜର ଆପ୍ ବା ୱେବସାଇଟକୁ ନେଇଯିବ ।
– ଏବେ ରୁମ ଜଏନ୍ କରିବା ସହିତ ଏକସଙ୍ଗରେ ୫୦ ଲୋକଙ୍କୁ ଭିଡିଓ ଏବଂ ଅଡିଓ କଲ କରି ପାରିବେ ।