ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଫେସବୁକ କେବଳ ବନ୍ଧୁଙ୍କ ସହ ଚାଟ୍ ପାଇଁ ନୁହେଁ ବରଂ ମନରଞ୍ଜନ ପ୍ଲାଟଫର୍ମ ହୋଇଯାଇଛି । ଏହି ପ୍ଲାଟଫର୍ମରେ ଲକ୍ଷାଧିକ ଲୋକ ଭିଡିଓ ଦେଖୁଛନ୍ତି । ଯଦି ଆପଣଙ୍କୁ ଫେସବୁକରେ କୌଣସି ଭିଡଓ ପସନ୍ଦ ଆସୁଛି ତେବେ ତାକୁ ଡାଉନଲୋଡ କରିବାକୁ ଚାହୁଛନ୍ତି କିନ୍ତୁ ଫେସବୁକରେ ଡାଉନଲୋଡ ପାଇଁ କୌଣସି ଅପ୍ସନ ନାହିଁ । ସେଥିପାଇଁ ବିଲକୁଲ ଚିନ୍ତା କରନ୍ତୁନି ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହା ମାଧ୍ୟମରେ ଆପଣ ସହଜରେ ଫେସବୁକ ଭିଡିଓ ଡାଉନଲୋଡ କରିପାରିବେ ।
ଭିଡିଓ ଡାଉନଲୋଡ କରିବାକୁ ହେଲେ ସର୍ବପ୍ରଥମେ ଆପଣ ଯେଉଁ ଭିଡିଓ ଫେସବୁକରେ ଦେଖୁଛନ୍ତି ତାର ଡାହାଣ ପଟେ ତିନୋଟି ଡଟ ଥିବ ତା ଉପରେ କ୍ଲିକ କରିବା ଦ୍ୱାରା ଆପଣଙ୍କୁ କପି ଲିଙ୍କ ଅପ୍ସନ ନଜରକୁ ଆସିବ ତା ଉପରେ କ୍ଲିକ କରି ଭିଡିଓ କପି କରନ୍ତୁ । ଏହାପରେ ଏଫବିଡାଉନ.ନେଟ ୱେବସାଇଟକୁ ଯାଇ ସେଠାରେ ଲିଙ୍କ ପେଷ୍ଟ କରନ୍ତୁ । ଲିଙ୍କ ପେଷ୍ଟ କରିବା ପରେ ଡାଉନଲୋଡ ବଟନ ଉପରେ କ୍ଲିକ କରି ତଳେ ମୋର ଅପ୍ସନକୁ ଯାଇ ଫୋର୍ସ ଡାଉନଲୋଡ ଏଚଡି ଉପରେ ଟ୍ୟାପ କରନ୍ତୁ । ଏତିକି କରିବା ପରେ ଆପଣଙ୍କ ଫେସବୁକରୁ ଭିଡିଓ ଡାଉନଲୋଡ ହୋଇଯିବ ।