ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଭୁଲ୍ ରେ ଆପଣଙ୍କ ସ୍ମାର୍ଟଫୋନରୁ କଣ୍ଟାକ୍ଟ ଡିଲିଟ ହୋଇଯାଏ, ତେବେ ସେଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଆପଣ ସହଜରେ ସେହି କଣ୍ଟାକ୍ଟକୁ ରିଷ୍ଟୋର କରିପାରିବେ । ପ୍ରକୃତରେ ଗୁଗଲର ଆଣ୍ଡ୍ରୋଏଡ ଅପରେଟିଙ୍ଗ ସିଷ୍ଟମ ଅଧାରିତ ସ୍ମାର୍ଟଫୋନରେ କଣ୍ଟାକ୍ଟକୁ କ୍ଲାଉଡରେ ଷ୍ଟୋରେଜ କରିବାର ସୁବିଧା ଦିଆଯାଇଥାଏ । ଏପରି ସ୍ଥିତିରେ, ଗୁଗୁଲ ସମୟ ସମୟରେ ଆପଣଙ୍କର କଣ୍ଟାକ୍ଟକୁ ଏହାର କ୍ଲାଉଡ୍ ଷ୍ଟୋରେଜରେ ସଂରକ୍ଷଣ କରି ଚାଲିଥାଏ । ଯଦି ଆପଣଙ୍କର ଯୋଗାଯୋଗ ତାଲିକାରୁ ଏକ ମୋବାଇଲ୍ ନମ୍ବର ଡିଲିଟ୍ ହୋଇଛି, ଏହା ସହଜରେ ପୁନରୁଦ୍ଧାର ହୋଇପାରିବ । ଆସନ୍ତୁ ଜାଣିବା ଏହା ବିଷୟରେ ..
– ଆଣ୍ଡ୍ରୋଏଡ ସ୍ମାର୍ଟଫୋନର ଡିଲିଟ କଣ୍ଟାକ୍ଟକୁ ରିଷ୍ଟୋର କରିବା ପାଇଁ ଗୁଗଲ କଣ୍ଟାକ୍ଟ ଆପ୍ ପ୍ରି-ଇଂଷ୍ଟଲ ହେବା ଉଚିତ୍ ।
– ସର୍ବପ୍ରଥମେ କଣ୍ଟାକ୍ଟ ରିକୋଭର କରିବା ପାଇଁ ଗୁଗଲ କଣ୍ଟାକ୍ଟ ଆପ୍ ଖୋଲନ୍ତୁ ।
– ଏହାପରେ ଟପ୍ ରାଇଟ୍ କର୍ଣ୍ଣରରେ ଥିବା ହ୍ୟାମ୍ବର୍ଗର ମେନ୍ୟୁ ଉପରେ କ୍ଲିକ କରିବା ପରେ ସେଟିଙ୍ଗସ ଅପ୍ସନକୁ ଯାଆନ୍ତୁ । ପୁଣି ସ୍କ୍ରିନକୁ ତଳକୁ ସ୍କ୍ରଲ କରିବା ଦ୍ୱାରା ମ୍ୟାନେଜ କଣ୍ଟାକ୍ଟ ଭିତରେ ଆପଣଙ୍କୁ ଅନ-ଡୁ ଚେଞ୍ଜ ଅପ୍ସନ ନଜରକୁ ଆସିବ, ତାହା ଉପରେ କ୍ଲିକ କରନ୍ତୁ ।
– ଏହାପରେ ଯାହା କଣ୍ଟାକ୍ଟକୁ ରିଷ୍ଟୋର କରିବାର ଅଛି ସେଥିପାଇଁ ଗୁଗଲ ଆକାଉଣ୍ଟ ସିଲେକ୍ଟ କରନ୍ତୁ ।
– ଏହାପରେ ଏକ ଡାଇଲଗ ବକ୍ସ ଓପେନ ହେବ, ଯେଉଁଥିରେ ସମୟ ସିଲେକ୍ଟ କରିବାକୁ ହେବ । ପ୍ରକୃତରେ ଆପଣଙ୍କୁ କେଉଁ ତାରିଖ ଭିତରେ କଣ୍ଟାକ୍ଟ ରିଷ୍ଟୋର କରିବାକୁ ହେବ ।
– ପୁଣି କନଫର୍ମ ବଟନ ଉପରେ ଟ୍ୟାପ କରିବାକୁ ହେବ । ଏହିପରି ଭାବେ ଆପଣଙ୍କ କଣ୍ଟାକ୍ଟ ରିଷ୍ଟୋର ହୋଇଯିବ ।