ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ କୁ ଲେଟର ଅଫ୍ ଇଂଟେଣ୍ଟ ଜାରି କରିଛି ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେଶନ । ସେହିଅନୁସାରେ ରିଲିଆନ୍ସ ଜିଓ ଏବେ ସ୍ୟାଟେଲାଇଟ୍ ୟୁନିିଟ୍ ଲଗାଇ ପାରେ ଏବଂ ତା ଉପରେ କାମ କରିପାରେ । ଏହାସହିତ ରିଲିଆନ୍ସ ଜିଓ ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେଶନ ସ୍ୟାଟେଲାଇଟ ସେବା ଭାରତକୁ ଖୁବ୍ ଶୀଘ୍ର ଆଣିପାରେ ।
ଜିଓ ର ସାଟେଲାଇଟ ୟୁନିଟ ମୋବାଇଲ ସାଟେଲାଇଟ ନେଟୱର୍କ ର ମିଡିୟମ ଅର୍ଥ ଅରବିଟ୍ ଏବଂ ଲୋ-ଅର୍ଥ ଅରବିଟ ସହିତ ଜିଓସିଂକ୍ରୋନସ ସାଟେଲାଇଟ ସହ ସିଂକ ହୋଇ କାମ କରିବ । ଜିଓ ର ସାଟେଲାଇଟ ୟୁନିଟକୁ ଜିଓ ସାଟେଲାଇଟ କମ୍ୟୁନିକେଶନ ଲିମିଟେଡ ମଧ୍ୟ କୁହାଯାଏ ।