ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଦିନକୁ ଦିନ ହ୍ୱାଟ୍ସଆପ୍ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏକ ରିପୋର୍ଟ ମୁତାବକ,ଏଣିକି ହ୍ୱାଟ୍ସଆପ୍ ଗ୍ରାହକ ଆଗାମୀ ଦିନରେ ୪ଟି ଡିଭାଇସରେ ଗୋଟେ ଆକାଉଣ୍ଟ ବ୍ୟବହାର କରିପାରିବେ । ଏବେ ଏହି ଫିଚର ଉପରେ କାମ ଚାଲିଛି ଏବଂ ବହୁତ ଶୀଘ୍ର ଏହି ଭିଟା ଭର୍ସନ ପାଇଁ ରୋଲ ଆଉଟ କରାଯାଇ ପାରେ ।
ହ୍ୱାଟ୍ସଆପ୍ କୁ ନେଇ ସର୍ବପ୍ରଥମେ ସୂଚନା ଦେଉଥିବା ୱେବସାଇଟ WABetaInfo ଟ୍ୱିଟ ଜରିଆରେ କହିଛି କି, ହ୍ୱାଟ୍ସଆପ୍ ରେ ବହୁତ ଶୀଘ୍ର ଗ୍ରାହକଙ୍କୁ ତାଙ୍କ ଆକାଉଣ୍ଟ ୪ଟି ଡିଭାଇସରେ ବ୍ୟବହାର କରିବା ପାଇଁ ସୁବିଧା ମିଳିବ ।
ଅନ୍ୟପଟେ ଗ୍ରାହକଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍ ରେ ସାମିଲ ହେବାକୁ ଯାଉଛି ଆଉ ଏକ ଫିଚର । ଯେଉଁଥିରେ ଆପଣ ତାରିଖ ହିସାବରେ ମେସେଜ ଖୋଜିପାରିବେ । ଏହି ଖାସ୍ ଫିଚରର ନାଁ ରହିଛି ସର୍ଚ୍ଚ ବାଇ ଡେଟ୍ ।