ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭିଡିଓ ଷ୍ଟ୍ରିମିଙ୍ଗ ପରେ ଏବେ ଭିଡିଓ ଗେମିଂରେ ପାଦ ଥାପିବାକୁ ଯାଉଛି ନେଟଫ୍ଲିକ୍ସ । ଭିଡିଓ ଷ୍ଟ୍ରିିମିଙ୍ଗ ସର୍ଭିସ ନେଟଫ୍ଲିକ୍ସ ବହୁତ ଶୀଘ୍ର ଭିଡିଓ ଗେମିଙ୍ଗ ବଜାରରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛି ।
କମ୍ପାନୀର କହିବାନୁଯାୟୀ, ବର୍ତ୍ତମାନ କରୋନା କାଳରେ ଲୋକେ ଘରେ ବନ୍ଦ ହୋଇଛନ୍ତି । ଯାହାଫଳରେ ଏବେ ଗେମିଙ୍ଗ ବଜାର ଶୀର୍ଷରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଗେମିଙ୍ଗ କମ୍ପାନୀ ସହ ଲଗାତର ଭାବେ ଆଲୋଚନା କରୁଛି କମ୍ପାନୀ । କୁହାଯାଉଛି କି ନେଟଫ୍ଲିକ୍ସ ର ଗେମ୍ ରେ କୌଣସି ବିଜ୍ଞାପନ ରହିବ ନାହିଁ , ବରଂ ଏହା ଏକ ସବସ୍କ୍ରିପ୍ସନ ଆଧାରିତ ଗେମିଙ୍ଗ ସର୍ଭିସ ହେବ ।
ଗେମିଙ୍ଗ ବ୍ୟତିତ ନେଟଫ୍ଲିକ୍ସ ତାର ଭିଡିଓ ଷ୍ଟ୍ରିମିଙ୍ଗରେ ଆଉ ଏକ ନୂତନ ପ୍ଲାନ ସାମିଲ କରିବା ପାଇଁ ଯୋଜନା କରୁଛି । ଯାହାର ନାଁ ରହିବ ଏନ-ପ୍ଲସ ।