ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲନ ମସ୍କ ଟ୍ୱିଟର ଟେକଓଭର କରିବା ପରେ ଟ୍ୱିଟର ବ୍ଲୁ ସର୍ଭିସ ପାଇଁ ଚାର୍ଜ ଲଗାଇବା କଥା ସାମ୍ନାକୁ ଆସୁଥିଲା । କିନ୍ତୁ ଟ୍ୱିଟର ପକ୍ଷରୁ ସବସ୍କ୍ରିପସନ ସେବା ଆରମ୍ଭ କରି ଦିଆଯାଇଛି । ଭାରତରେ ଟ୍ୱିଟରର ବ୍ଲୁ ସର୍ଭିସ ବ୍ୟବହାରକାରୀଙ୍କୁ ମାସିକ ୬୫୦ ଟଙ୍କ ଦେବାକୁ ହେବ । ୱେବ ୟୁଜର୍ସ ପାଇଁ ଏହି ଶୁଳ୍କ ୬୫୦ ଟଙ୍କା ରଖାଯାଇଥିବା ବେଳେ ମୋବାଇଲ ୟୁଜର୍ସଙ୍କୁ ବ୍ଲୁ ସର୍ଭିସ ପାଇଁ ୯୦୦ ଟଙ୍କା ଦେବାକୁ ହେବ ।
କିଛି ଦିନ ପୂର୍ବରୁ ଟ୍ୱିଟର ପକ୍ଷରୁ ଆମେରିକା, ବ୍ରିଟେନ, କାନାଡା ଏବଂ ଜାପାନ ସମେତ ଅନ୍ୟ ଦେଶରେ ଟ୍ୱିଟର ବ୍ଲୁ ସର୍ଭିସକୁ ଆରମ୍ଭ କରାଯାଇଥିଲା ।