ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ହ୍ୱାଟ୍ସଆପ୍ ତାର ପ୍ରାଇଭେସୀ ପଲିସି କୁ ନେଇ ଚର୍ଚ୍ଚାରେ ରହିଛି । ଏହାପରେ ମଧ୍ୟ କମ୍ପାନୀ ଲଗାତର ଭାବେ ଗ୍ରାହକଙ୍କ ପାଇଁ ନୂତନ ଅପଡେଟ ଲଞ୍ଚ କରୁଛି ଏବଂ ସେହି ଅପଡେଟ ମାଧ୍ୟମରେ ନୂତନ ଫିଚର୍ସ ଲଞ୍ଚ କରୁଛି କମ୍ପାନୀ । ଏବେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି ଖୁବ୍ ଶୀଘ୍ର କମ୍ପାନୀ ଆହୁରୀ ନୂତନ ଫିଚର୍ସ ଆଣିପାରେ ଯାହା ୟୁଜର୍ସଙ୍କ ଚାର୍ଟିଂ ଏକ୍ସପିିରିୟନ୍ସକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । କିନ୍ତୁ ଯଦି ଆପଣ ଏପର୍ଯ୍ୟନ୍ତ ନିକଟରେ ଲଞ୍ଚ ହୋଇଥିବା ହ୍ୱାଟ୍ସଆପ୍ ର ନୂତନ ଫିଚର୍ସ ବ୍ୟବହାର କରିନାହାନ୍ତି ତେବେ ଗୋଟେ ଟ୍ରାଏ କରି ଦେଖନ୍ତୁ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍ ରେ ସାମିଲ ହୋଇଥିବା ୫ ଟି ଫିଚର୍ସ ବିଷୟରେ ।
ନିକଟରେ ହ୍ୱାଟ୍ସଆପ୍ ତାର ଏନକ୍ରିପଟେଡ ଚାଟ୍ ବ୍ୟାକଅପ୍ ଲଞ୍ଚ କରିଥିଲା । ଏହି ଫିଚର ଜରିଆରେ ୟୁଜର୍ସ ସେମାନଙ୍କର ବ୍ୟାକଅପ୍ ଚ୍ୟାଟ୍ସକୁ ମଧ୍ୟ ଏନକ୍ରିପ୍ଟେଡ କରି ପାରିବେ । ଏହାର ଅର୍ଥ ଆପଣ ଚାହିଁଲେ ଆପଣଙ୍କ ବ୍ୟାକଅପ୍ କୁ ଦେଖିବା ପାଇଁ ପାସୱାର୍ଡ ବ୍ୟବହାର କରିପାରିବେ । ଯାହାଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷତ ରହିବ ବ୍ୟାକଅପ୍ ।
ଆରଚିଭଡ ଚ୍ୟାଟ ଫିଚର କଥା କହିବାକୁ ହେଲେ ଏହି ଫିଚର ଉପଯୋଗ କରିବା ଦ୍ୱାରା ଆପଣଙ୍କୁ ମେସେଜ ଦେଖାଯାଏ ନାହିଁ । ଯଦି ଆପଣ କୌଣସି ଚ୍ୟାଟକୁ ଆର୍ଚିଭ୍ଡ ଲିଷ୍ଟରେ ପକାଉଛନ୍ତି ତେବେ ଆପଣ ସେହି ମେସେଜକୁ ଆଉ ଦେଖି ପାରିବେ ନାହିଁ । କିନ୍ତୁ ଆପଣ ଯେତେବେଳେ ଚାହିଁଲେ ଅଲଗା ସେ ଚ୍ୟାଟକୁ ଦେଖିପାରିବେ ।
ଇଂଷ୍ଟାଗ୍ରାମ ରିଲ ଫିଚର୍ସ । ନିକଟରେ ଏହି ଫିଚର୍ସକୁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଛି । ଏବେ ୟୁଜର୍ସ ହ୍ୱାଟ୍ସଆପ୍ ରେ ମଧ୍ୟ ଇଂଷ୍ଟାଗ୍ରାମ ରିଲ୍ସର ମଜା ଉଠାଇ ପାରିବେ । କିନ୍ତୁ ବର୍ତ୍ତମାନ ଏହାକୁ ସମସ୍ତଙ୍କୁ ପାଇଁ ରୋଲଆଉଟ କରାଯାଇନି ଏବଂ ଏହାର ଟେଷ୍ଟିଂ ଜାରି ରହିଛି ।
ସେହିପରି ଆପଣ ମଲ୍ଟିପୁଲ ଡିଭାଇସରେ ବି ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ । କମ୍ପାନୀ ତାର ୟୁଜର୍ସଙ୍କ ସୁବିଧା ପାଇଁ ମଲ୍ଟିପୁଲ ଡିଭାଇସ ସପୋର୍ଟ ଫିଚର୍ସ ଲଞ୍ଚ କରିଛି । ମେନ୍ ଡିଭାଇସରେ ହ୍ୱାଟ୍ସଆପ ବିନା ଲଗଇନ୍ କରି ଅନ୍ୟ ଡିଭାଇସରେ ଲଗଇନ୍ କରିପାରିବେ ।
କମ୍ପାନୀ ନିକଟରେ ଅଟୋମେଟିକ ମେସେଜ ଡିଲିଟ ଫିଚର ଲଞ୍ଚ କରିଛି । ଏହାଦ୍ୱାରା ଆପଣଙ୍କ ବାରମ୍ବାର ମେସେଜ ଡିଲିଟ କରିବାକୁ ପଡିବ ନାହିଁ । ଏଥିରେ ଆପଣ ଟାଇମ ସେଟ କରି ପାରିବେ । ଏହାପରେ ସେଟ୍ କରାଯାଇଥିବା ସମୟ ଭିତରେ ମେସେଜ ଡିଲିଟ ହୋଇଯିବ ।