ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ହ୍ୱାଟ୍ସଆପ୍ ତାର ଏଫଏକ୍ୟୁ ପେଜରେ ଡିସାପିଅରିଙ୍ଗ ମେସେଜ କିଭଳି କାମ କରିବ ସେନେଇ ସୂଚନା ଦେଇଥିଲେ । କିନ୍ତୁ ଏବେ କମ୍ପାନୀ ଏହି ନୂତନ ଫିଚରକୁ ଅଫିସିଆଲି ଭାବେ ଲଞ୍ଚ କରିଦେଇଛି ।
ହ୍ୱାଟ୍ସଆପ୍ ର ପରେଣ୍ଟ କମ୍ପାନୀ ହେଉଛି ଫେସବୁକ୍ । ସେଥିପାଇଁ ଫେସବୁକ ପ୍ରେସ ନୋଟ ଜାରି କରି ହ୍ୱାଟ୍ସଆପ୍ ରେ ଡିସାପିୟରିଙ୍ଗ ମେସେଜ୍ ଲଞ୍ଚ କରିବାର ଘୋଷଣା କରିଛି ।
ଏନେଇ ଫେସବୁକ୍ କହିଛି କି କମ୍ପାନୀର ଉଦ୍ଦ୍ୟେଶ ହେଉଛି ହ୍ୱାଟ୍ସଆପ୍ ହୋଇଥିବା କଥାବାର୍ତ୍ତାକୁ ବ୍ୟକ୍ତିଗତ ରଖିବା । ଏହି ଉଦ୍ଦ୍ୟେଶ ଅନୁଯାୟୀ କମ୍ପାନୀ ଡିସାପିୟରିଙ୍ଗ ମେସେଜ ଶୁଭାରମ୍ଭ କରୁଛି ।
ହ୍ୱାଟ୍ସଆପ୍ ରେ ଯେତେବେଳେ ଡିସାପିୟରିଙ୍ଗ ମେସେଜ୍ ଅନ୍ ରହିବ ସେହି ସମୟରେ ଚାଟ୍ସର ସମସ୍ତ ମେସେଜ ସାତ ଦିନ ମଧ୍ୟରେ ଗାୟବ ହୋଇଯିବ । ଏଭଳି କରିବା ଦ୍ୱାରା ହ୍ୱାଟ୍ସଆପ୍ ଚାଟ୍ସକୁ ଅଧିକ ବ୍ୟକ୍ତିଗତ ଏବଂ ସିକ୍ୟୁର କରାଯାଇ ପାରିବ ।
ହ୍ୱାଟ୍ସଆପ୍ ଇଣ୍ଡିଭିଜୁଆଲ ଚାଟ୍ସରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡିସାପିୟରିଙ୍ଗ ମେସେଜ ଅନ୍ ବା ଅଫ୍ କରି ପାରିବେ । କିନ୍ତୁ ଗ୍ରୁପ୍ସରେ ଏହି ଅପ୍ସନ କେବଳ ଆଡମିନ୍ ପାଖରେ ରହିବ ।