ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାର୍ବଣ ଋତୁ ପୂର୍ବରୁ ଭାରତୀୟ ୟୁଜର୍ସଙ୍କୁ ହ୍ୱାଟ୍ସଅପ୍ ର ଉପହାର । ବାସ୍ତବରେ ଗ୍ଲୋବାଲ ଫେନଟେକ ଫେଷ୍ଟିବାଲ ୨୦୨୧ ରେ ହ୍ୱାଟ୍ସଆପ୍ , ଭାରତରେ ୟୁଜର୍ସଙ୍କ ପାଇଁ ଆପ ଜରିଆରେ ପେମେଣ୍ଟ ପ୍ରୋସେସକୁ ସହଜ କରିବ ପାଇଁ ଚାର୍ଟ କମ୍ପୋଜରରେ ରୁପି ସିମ୍ବଲ ଜାରି କରିଛି । ହ୍ୱାଟ୍ସଆପ ଘୋଷଣା କରିଛି କି, କମ୍ପୋଜରରେ କ୍ୟାମେରା ଆଇକନ ଜରିଆରେ ଭାରତରେ ଦୁଇ କୋଟି ରୁ ଅଧିକ ଷ୍ଟୋର୍ସ ଉପରେ ପେମେଣ୍ଟ କରିବା ପାଇଁ ଯେକୌଣସି କ୍ୟୁଆର କୋଡ ସ୍କାନ କରିପାରିବ ।
ଫେସବୁକ ଏବଂ ହ୍ୱାଟ୍ସଆପ୍ କୁ ନଭେମ୍ବର ୨୦୨୦ ରେ ୟୁନିଫାଇଡ ପେମେଣ୍ଟ ଇଂଟରଫେଓ (ୟୁପିଆଇ) ସର୍ଭିସକୁ ଫେଜ ୱାଇଜ ଲାଇଭ କରିବା ପାଇଁ ନେସନାଲ ପେମେଣ୍ଟଓ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା । ଏହି ଅପଡେଟ ପରେ ହ୍ୱାଟ୍ସଅପରେ ପେମେଣ୍ଟ ପ୍ରୋସେସ ସହଜ ହୋଇଯାଇଛି । ଏଥିପାଇଁ ସହଜ ହୋଇଛି କାରଣ ଏବେ ୟୁଜର୍ସ ରୂପି ସିମ୍ବଲ ଏବଂ କ୍ୟାମେରା ଆଇକନ ବ୍ୟବହାର କରି ପେମେଣ୍ଟ କରିପାରିବେ । ଖୁବ୍ ଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ଏହି ଅପଡ୍ସେ ଉପଲବ୍ଧ କରାଯିବ ।
ୟୁପିଆଇ କଣ?
ୟୁନିଫାଇଡ ପେମେଣ୍ଟଓ ଇଂଟରଫେସ ହେଉଛି ଡିଜିଟାଲ ପେମେଣ୍ଟର ସହଜ ଉପାୟ । ଯାହା ଏକ ମୋବାଇଲ ଆପ୍ସ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥାଏ । ଏହା ଡିଜିଟାଲ ପେମେଣ୍ଟର ସହଜ ଏବଂ ସୁରକ୍ଷିତ ଉପାୟ । ଏହା ଜରିଆରେ ଆପଣ ସମସ୍ତ ପ୍ରକାରର ବିଲ, ଅନଲାଇନ୍ ସପିଙ୍ଗ, ଫଣ୍ଡ ଟ୍ରାନ୍ସଫର ଆଦି କରିପାରିବେ ।
ଇମିଡିଏଟ ପେମେଣ୍ଟ ସର୍ଭିସ ଉପରେ କାମ କରିଥାଏ ୟୁପିଆଇ ସିଷ୍ଟମ । ଏହି ସର୍ଭିସ ନେଟ୍ ବ୍ୟାଙ୍କିଂ ପାଇଁ ବ୍ୟବହାର କରାଯାଇଥାଏ । ସ୍ମାର୍ଟଫୋନ ଆପଣ ଆପଣଙ୍କ ୟୁପିଆ ପିନ୍ ଜେନେରେଟ କରିବା ମାତ୍ରେ ଏହା ଆପଣଙ୍କର ଏକ ପ୍ରକାରର ଆକାଉଣ୍ଟ ନଂ ହୋଇଥାଏ । ଏହା ଜରିଆରେ ଆପଣ ବିଲ ପେମେଣ୍ଟ କରିପାରିବେ ।