ଭୁବନେଶ୍ୱର(ଏଟିଆର ବ୍ୟୁରୋ): WhatsApp ୧୧ବର୍ଷ ତଳେ ଲଞ୍ଚ ହୋଇଥିଲା । ଧିରେ ଧିରେ ପୁରା ବିଶ୍ୱରେ WhatsApp ଲୋକପ୍ରିୟ ହେବାରେ ଲାଗିଛି । ସୋସିଆଲ ନେଟୱାର୍କିଙ୍ଗ ସାଇଟ WhatsApp ମାତ୍ର ୨ବର୍ଷ ଭିତରେ ପୂର୍ବ ଅପେକ୍ଷା ଅଧିକ ଲୋକପ୍ରିୟ ହୋଇପାରିଛି । ଗତ ଦୁଇ ବର୍ଷରେ ବିଶ୍ୱରେ WhatsApp କୁ ୫୦ ମିଲିଅନ ଲୋକ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।
ବର୍ତ୍ତମାନ ବିଶ୍ୱରେ WhatsApp ର ୨ ବିଲିଅନରୁ ଅଧିକ ୟୁଜର୍ସ ଅଛନ୍ତି । ଆଜିର ଡିଜିଟାଲ ଯୁଗରେ WhatsApp ଦ୍ୱାରା ଅନେକ ଗୁଡିଏ କାମ ଅତି ସହଜ ହୋଇପାରୁଛି । ବହୁ ଯାଗାରେ WhatsApp କୁ ବ୍ୟବସାୟରେ ମଧ୍ୟ ବ୍ୟବହାର କରାଯାଉଛି । ବର୍ତ୍ତମାନ ସମୟରେ WhatsApp ଲୋକମାନଙ୍କର କମ୍ୟୁନିକେସନର ଏକ ବଡ ମାଧ୍ୟମ ସାଜିଛି ।
ଭାରତରେ ମଧ୍ୟ ଏହି ଆପ୍ ର ଚାହିଦା ବହୁତ । ଭାରତରେ ପ୍ରାୟ ୪୦କୋଟିରୁ ଅଧିକ ଲୋକ WhatsApp କୁ ବ୍ୟବହାର କରୁଛନ୍ତି । ଭାରତରେ ଦିନକୁ ଦିନ WhatsApp ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେଉଛି ।
WhatsApp ମଧ୍ୟ ନିଜ ୟୁଜର୍ସ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଲଗାତର ଭାବେ ନୂଆ ନୂଆ ଫିଚର୍ସ ଆଣୁଛି ।