ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ୍ ତାର ଗ୍ରାହକଙ୍କ ପାଇଁ ଗତବର୍ଷ ଡିସଆପିୟରିଙ୍ଗ ମେସେଜ ଫିଚର୍ସ ଲଞ୍ଚ କରିଥିଲା । ଏହି ଫିଚର୍ସରେ ମେସେଜ ରିଡ୍ ହେବା ପରେ ଏକ ନିର୍ଦ୍ଧାରିତ ସମୟ ପରେ ଆପେ ଆପେ ଡିଲିଟ ହୋଇଯାଇଥାଏ । ହ୍ୱାଟ୍ସଆପ ୭ ଦିନ ଯାଏଁ ଆପଣଙ୍କ ମେସେଜକୁ ରଖିବାର ଅପ୍ସନ ଦେଇଥାଏ । ଏହାପରେ ଆପଣଙ୍କ ମେସେଜ ଆପେ ଆପେ ଡିଲିଟ ହୋଇଯାଏ । ଏବେ କମ୍ପାନୀ ୟୁଜର୍ସଙ୍କୁ ତାଙ୍କ ମେସେଜକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବାର ଅପ୍ସନ ଦେବାକୁ ଯାଉଛି । ହ୍ୱାଟ୍ସଆପ ଅବଡେଟ ଟ୍ରାକର ୱାବେଟାଇଂଫୋ ଅନୁସାରେ କମ୍ପାନୀ ଏହି ଫିଚର୍ସକୁ ୨୪ ଘଣ୍ଟା ରଖିବା ବ୍ୟତିତ ୯୦ ଦିନ ଯାଏଁ ରଖିବାର ଅପ୍ସନ ଟେଷ୍ଟ କରୁଛି ।
ୱାବେଟାଇଂଫୋ ର ଏକ ରିପୋର୍ଟ ମୁତାବକ, ଫେସବୁକ ର ସ୍ୱାମୀତ୍ୱ ବିଶିଷ୍ଟ ହ୍ୱାଟ୍ସଆପ ର ଆଣ୍ଡ୍ରୋଏଡ ଭିଟା ଭର୍ସନ ୨.୨୧.୧୭.୧୬ ରେ ୯୦ ଦିନ ପର୍ଯ୍ୟନ୍ତ ମେସେଜକୁ ରଖିବାର ଅପ୍ସନ ଦେବାକୁ ଯାଉଛି । ଏହି ନୂତନ ଫିଚର୍ସକୁ ଦୀର୍ଘ ଦିନ ହେବ ଟେଷ୍ଟ କରୁଛି କମ୍ପାନୀ । ଏଥିରୁ ଅନୁମାନ କରାଯାଉଛି କି ବହୁତ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ସ ରୋଲ ଆଉଟ କରିବ କମ୍ପାନୀ