ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍ ସର୍ବଦ ନୂତନ ଫିଚର୍ସ ଜାରି କରିଥାଏ । ସେହିପରି କିଛି ନୂତନ ଫିଚର୍ସ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ବିଷୟର ଖୁବ୍ କମ ଲୋକ ଜାଣିଥିବେ । ହ୍ୱାଟ୍ସଆପ୍ ର ଏହି ଟପ୍ ସିକ୍ରେଟ ଫିଚର୍ସ ଜରିଆରେ ଗ୍ରାହକଙ୍କ ସମୟ ବଞ୍ଚିଯବି । ଏହାସହିତ ଚାଟିଙ୍ଗରେ ସହଜ ହୋଇଯିବ ।
ନିକଟରେ ଦ୍ୱାଟ୍ସଆପ୍ ଏକ ନୂତନ ଅପଡେଟ ଜାରି କରିଛି, ଯାହା ସହାୟତାରେ କ୍ୟୁଆର କୋଡ ସ୍କାନ କରି ଫୋନ ରେ କଣ୍ଟାକ୍ଟକୁ ସେଭ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ କ୍ୟୁଆର ଯୁକ୍ତ ପେମେଣ୍ଟ ଫିଚର ଭଳି କାମ କରିବ । କ୍ୟୁଆର କୋଡ ସ୍କାନ କରିବା ପରେ କଣ୍ଟାକ୍ଟ ନମ୍ବର ସେଭ ହୋଇଯିବ ।
ହ୍ୱାଟ୍ସଆପ୍ ଲୋକେସନ ସବୁଠାରୁ ଭଲ ଫିଚର । ଏହା ଗ୍ରାହକଙ୍କୁ ଲୋକେସନ ଟ୍ରାକ କରିବାରେ ସହାୟତା କରିଥାଏ । ଅନେକ ଥର ଫୋନରେ ଲୋକେସନ କହିବା କଷ୍ଟକର ହୋଇଯାଇଥାଏ । ଏଭଳି ସ୍ଥିତିରେ ହ୍ୱାଟ୍ସଆପରୁ ଲୋକେସନ ସେୟାର କରି ସଠିକ ଠିକଣାରେ ପହଁଚି ଯାଇପାରିବେ । ଏହି ଫିଚର ଜରିଆରେ ଲାଇଭ ଲୋକେସନ ଟ୍ରାକ କରାଯାଇ ପାରିବ । ଏହି ଫିଚରକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଚାଟ୍ ସେକ୍ସନର ଆଟାଚମେଣ୍ଟ ଉପରେ ଟ୍ୟାପ କରିବାକୁ ହେବ ଯେଉଁଠି ଗ୍ରାହକଙ୍କୁ ଲୋକେସନ ଅପ୍ସନ ମିଳିଯିବ । ଏହାପରେ ନିଜ ଫୋନରେ ଲୋକେସନ ଅନ୍ କରି ଚାଟ୍ ରେ ନିଜ ଲୋକେସନ ସେୟାର କରିପାରିବେ ।
ହ୍ୱାଟ୍ସଆପ୍ ରେ ସହଜରେ ଡକ୍ୟୁମେଣ୍ଟ ପଠା ଯାଇପାରିବ । ଅବଶ୍ୟ ହ୍ୱାଟ୍ସଆପ୍ ୧୦୦ଏମବି ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ପଠାଇବାର ସୁବିଧା ଦେଇଥାଏ । ଏହି ଫିଚର୍ସକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଚାଟ୍ ସେକ୍ସନରେ ଆଟାଚମେଣ୍ଟକୁ ଯାଇ ଡକ୍ୟୁମେଣ୍ଟ ଚୟନ କରି ଅପଲୋଡ କରିବାକୁ ହେବ ।
ସେହିପରି ହ୍ୱାଟ୍ସଆପ୍ ପେମେଣ୍ଟ ଗତବର୍ଷ ଭାରତରେ ଲଞ୍ଚ ହୋଇଥିଲା । ଏହା ଜରିଆରେ ଆପଣ ସହଜରେ ଟଙ୍କା ଟ୍ରାନ୍ସଫର କରିପାରିବେ । ଏହି ଫିଚର ବ୍ୟବହାର କରିବାକୁ ହେଲେ ଗ୍ରାହକକୁ ହ୍ୱାଟ୍ସଆପ ପେମେଣ୍ଟ ସେକ୍ସନକୁ ଯାଇ ନିଜ ବ୍ୟାଙ୍କକୁ ଯୋଡିବାକୁ ହେବ । ଭେରିଫାଇ ହେବା ପରେ ଗ୍ରାହକ ଏହି ଫିଚରକୁ ସହଜରେ ବ୍ୟବହାର କରିପାରିବେ ।