ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ଶେଷ ହୋଇ ଆସୁଛି । ଏହାର ଅର୍ଥ କିଛି ଏଣ୍ଡ୍ରୋଏଡ ସ୍ମାର୍ଟଫୋନ ଏବଂ ଆଇଫୋନ ମଡେଲ୍ସ ପାଇଁ ହ୍ୱାଟ୍ସସପର ସପୋର୍ଟ ସମ୍ପ୍ରୂ୍ଣ ଭାବେ ବନ୍ଦ ହୋଇଯିବ । ଡିଭାଇସିସର ଏକ ତାଲିକା ସେୟାର କରିଛି ହ୍ୱାଟ୍ସଆପ୍ । ଯେଉଁଥିରେ ନଭେମ୍ବର ୧ରୁ ହ୍ୱାଟ୍ସସପର ସପୋର୍ଟ ବନ୍ଦ ହୋଇଯିବ । ଅର୍ଥାତ ସେହି ଡିଭାଇସିସିରେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ ।
ସୂଚନାଯୋଗ୍ୟ, ଏଣ୍ଡ୍ରୋଏଡ ୪.୦.୩ ଏବଂ ଏହା ତଳର ସମସ୍ତ ଏଣ୍ଡ୍ରୋଏଡ ସ୍ମାର୍ଟଫୋନ ଏବଂ ଆଇଓଏସ ଏବଂ ଏହା ତଳର ସମସ୍ତ ଭର୍ସନରେ କାମ କରୁଥିବା ଆଇଫୋନ ମଡେଲ୍ସରେ ଏବେ ଆଉ ହ୍ୱାଟ୍ସଆପ କାମ କରିବ ନାହିଁ ।
ହ୍ୱାଟ୍ସଆପ୍ ର ନୂତନ ତାଲିକା ମୁତାବକ, ସାମସଙ୍ଗ, ଏଲଜି, ଜେଡଟିଇ, ସୋନୀ, ହୁୱାଇ, ଆଲକେଟେଲ କମ୍ପାନୀର ସ୍ମାର୍ଟଫୋନରେ ଆଗାମୀ ମାସରୁ ହ୍ୱାଟ୍ସଆପ କାମ କରିବ ନାହିଁ । ସେହିପରି ଆଇଫୋନ ଏସଇ, ଏବଂ ଆଇଫୋନ ୬ଏସ ରେ ହ୍ୱାଟ୍ସଆପ କାମ କରିବା ବନ୍ଦ କରିଦେବ ।
ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ଗାଲାକ୍ସି ଟ୍ରେଣ୍ଡ ଆଇଆଇ, ଗାଲାକ୍ସି ଏସଆଇଆଇ, ଗାଲାକ୍ସି ଏସ୩ ମିନି, ଗାଲାକ୍ସି ଏକ୍ସକଭର ୨, ଗାଲାକ୍ସି କୋର ଏବଂ ଗାଲାକ୍ସି ଏସିଇ ୨ ରେ ମଧ୍ୟ ହ୍ୱାଟ୍ସଆପ ସପୋର୍ଟ ବନ୍ଦ ହୋଇଯିବ ।
ସେହିପରି ଏଲଜି ଲୁସିଡ ୨, ଏଲଜି ଅପ୍ଟିମସ ଏଫ୭, ଏଲଜି ଅପ୍ଟିମସ ଏଫ୫, ଅପ୍ଟିମସ ଏଲ୩ ଆଇଆଇ ଡୁଆଲ, ଅପ୍ଟିମସ ଏଫ୫, ଅପ୍ଟିମସ ଏଲ୫ ଆଇଆଇ, ଅପ୍ଟିମସ ଏଲ୫ ଡୁଆଲ, ଅପ୍ଟମସ ଏଲ୩ ଆଇଆଇ, ଅପ୍ଟିମସ ଏଲ୭, ଅପ୍ଟିମସ ଏଲ୭ ଆଇଆଇ ଡୁଆଲ, ଅପ୍ଟିମସ ଏଲ୭ ଆଇଆଇ, ଅପ୍ଟିମସ ଏଫ୬, ଇନାକ୍ଟ, ଅପ୍ଟିମସ ଏଲ୪ ଆଇଆଇ ଡୁଆଲ, ଅପ୍ଟିମସ ଏଫ୩, ଅପ୍ଟିମସ ଏଲ୪ ଆଇଆଇ, ଅପ୍ଟିମସ ଏଲ୨ ଆଇଆଇ , ଅପ୍ଟିମସ ନିଟ୍ରୋ ଏଚଡି ଏବଂ ୪ଏକ୍ସ ଏଚଡି ଏବଂ ଅପ୍ଟିମସ ଏଫ୩କ୍ୟୁ ରେ ମଧ୍ୟ ହ୍ୱାଟ୍ସଆପ ବନ୍ଦ ହୋଇଯିବ ।