ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେ ଜାଣିଛୁ ହ୍ୱାଟ୍ସଆପ ହେଉଛି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଅଆଲ ମେଡିଆ ଆପ । କିନ୍ତୁ ଏହା ପାଇଁ ଏବେ ବ୍ୟବହାରକାରୀଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିପାରେ । କମ୍ପାନି ତରଫରୁ ଗୋଟିଏ ଅଫିସିଆଲ ବ୍ଲଗ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ହ୍ୱାଟ୍ସଆପର କୋଟି କୋଟି ୟୁଜର ଅଛନ୍ତି ଓ ଏହା ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଫ୍ଲାଟଫର୍ମ। ତେବେ ହ୍ୱାଟ୍ସଆପର ସବୁ ୟୁଜରଙ୍କୁ ନୁହେଁ କେବଳ ହ୍ୱାଟ୍ସଆପର‘ବିଜନେସ ୟୁଜର ଆପ’ ବ୍ୟବହାର କରୁଥିବା ୟୁଜରଙ୍କୁ ଚାର୍ଜ କରିବ । ଯଦି ଆପଣ ହ୍ୱାଟ୍ସଆପ ବିଜନେସ ୟୁଜର ତେବେ ଖୁବଶୀଘ୍ର କିଛି ସର୍ଭିସ ପାଇଁ ପେମେଣ୍ଟ ଦେବାକୁ ପଡ଼ିବ। ହ୍ୱାଟ୍ସଆପ ବିଜନେସ ତରଫରୁ ‘ପେ-ଟୁ-ମେସେଜ’ ଅପସନ ଘୋଷଣା କରାଯାଇଛି। କମ୍ପାନି ତା’ ବ୍ଲଗ୍ ପୋଷ୍ଟରେ କହିଛି ବିଜନେସ ଗ୍ରାହକଙ୍କ ପାଇଁ କିଛି ସର୍ଭିସ ପାଇଁ ଟଙ୍କା ଚାର୍ଜ କରାଯିବ। ତେବେ ଏ ନେଇ କେତେ ଟଙ୍କା ନିଆଯିବ ତାହା ଠିକ କରାଯାଇ ନାହିଁ।
ହ୍ୱାଟ୍ସଆପର କହିବା କଥା ବିଜନେସ ୟୁଜରଙ୍କ ଠାରୁ ଚାର୍ଜ କରିକି ଆପ ନିଜ ବ୍ୟବସାୟ ମଧ୍ୟ ପ୍ରସ୍ତୁତ କରିବ ଓ ୟୁଜରଙ୍କୁ ଫ୍ରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ଟେକ୍ସଟ, ଭିଡିଓ ଓ ଭଏସ କଲିଂ ପ୍ରଦାନ କରିବ। ଆଗାମୀ ଦିନରେ ହ୍ୱାଟ୍ସଆପ ବିଜ୍ଞାପନ ଦେଖିବାକୁ ମିଳିପାରେ ଓ ଏହାକୁ ନେଇ ଦୀର୍ଘ ସମୟ ହେବ କାମ ଜାରି ରହିଛି। ତେବେ ସାଧାରଣ ହ୍ୱାଟ୍ସଆପ ବ୍ୟବହାରିଙ୍କ ପାଇଁ ସେମିତି କିଛି ନୂଆ ନିୟମ ଆସି ନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024