ପୁରୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱ ପ୍ରସିଦ୍ଧ ଏକ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥ ମନ୍ଦିର । ଏହା ପୂର୍ବ ଭାରତ ସ୍ଥିତ ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ । ଓଡିଶାର ସଂସ୍କୃତି ଏବଂ ଜୀବନଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । ଓଡିଶାର ବଡ ଯାତ୍ରା ତଥା ରଥ ଯାତ୍ରା ପାଇଁ ଏହି ମନ୍ଦିର ବେଶ ପ୍ରସିଦ୍ଧ । ସାରା ଦେଶରୁ ଭକ୍ତମାନେ ଏହି ଯାତ୍ରା ଦେଖିବାକୁ ପୁରୀ ଆସିଥାନ୍ତି । ଏବଂ ଏହି ମନ୍ଦିରକୁ ଚାରିଧାମ ମଧ୍ୟ କୁହାଯାଏ । ଆଦ୍ୟକାଳରୁ ବିଶ୍ୱାସ ରହିଛି ଯେ ତୀର୍ଥ ଯାତ୍ରୀମାନେ ସମସ୍ତ ସ୍ଥାନ ଯାତ୍ରା କରି ଶେଷରେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥାନ୍ତି । କାରଣ ଶେଷରେ ଏହି ମନ୍ଦିର ଦର୍ଶନ ନ କଲେ ଯାତ୍ର ସଫଳ ହୋଇନଥାଏ । ସେଥିପାଇଁ ଏହି ମନ୍ଦିର ଚାରିଧାମ ନାମରେ ଖ୍ୟାତ । ଏହାବ୍ୟତୀତ ମନ୍ଦିର ସହ ଜଡିତ ଅନେକ ବିସ୍ମୟକର ତଥ୍ୟ ରହିଛି, ଯାହା ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ ଏବଂ ଆଉ କିଛି ଲୋକ ଏ ବିଷୟରେ ଅଜଣା ଥିବେ । ତେବେ ଅସନ୍ତୁ ଜାଣିବା କ’ଣ ରହିଛି ଶ୍ରୀ ଜଗନ୍ନାଥ ମନ୍ଦିରର ବିସ୍ମୟକର ତଥ୍ୟ..
– ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଶୁଭଦ୍ରାଙ୍କ ମନ୍ଦିରର ଶୀର୍ଷରେ ଲଗାଯାଇଥିବା ପତିତ ପାବନ ବାନା ବା ପତକା ସବୁବେଳେ ପବନର ବିପରୀତ ଦିଗରେ ଉଡୁଥାଏ ।
– ପୁରୀର ଯେକୌଣସି ସ୍ଥାନରେ ଛିଡା ହେଲେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ସୁଦର୍ଶନ ଚକ୍ର ଦେଖାଯାଇଥାଏ ।
– ସାଧାରଣତଃ ଦିନ ବେଳେ ପବନ ସମୁଦ୍ର ରୁ ଭୂମି ଆଡକୁ ବୋହିଥାଏ, ଏବଂ ସଂନ୍ଧ୍ୟାରେ ଭୂମି ରୁ ସମୁଦ୍ର ଆଡକୁ ବୋହିଥାଏ ପବନ । କିନ୍ତୁ ପୁରୀରେ ଏହା ସଂପୂର୍ଣ୍ଣ ବିପରୀତ ।
– ଶ୍ରୀ ଜଗନ୍ନାଥ ମନ୍ଦିର ଚର୍ତ୍ତୁପାଶ୍ୱର୍ରେ କୌଣସି ପକ୍ଷୀ ଉଡନ୍ତି ନାହିଁ ।
– ଏହି ମନ୍ଦିରର ମୁଖ୍ୟ ଗମ୍ବୁଜର ଛାଇ କଦାପି ଦୃଶ୍ୟମାନ ହୁଏ ନାହିଁ । ହୁଏତ ଏହା ଶିଳ୍ପୀ ଏଭଳି ବନେଇ ଥାଇ ପାରନ୍ତି, ନଚେତ୍ ଏହା ଭଗବାନଙ୍କର ଇଚ୍ଛା ।
– ପ୍ରତିଦିନ ମନ୍ଦିରର ରୋଷ ଘରେ ମହଣ ମହଣ ଭୋଗ ରନ୍ଧା ଯାଇଥାଏ, କିନ୍ତୁ ଏହା କେବେ ନଷ୍ଟ ହୁଏ ନାହିଁ ।
– ଯେତେବେଳେ କୌଣସି ଭକ୍ତ ଶ୍ରୀ ମନ୍ଦିରର ସିଂହ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି ସେତେବେଳେ ସମୁଦ୍ରର ଗର୍ଜନ ତାଙ୍କ କାନରେ ଗୁଞ୍ଜରିତ ହୋଇ ପାରିନଥାଏ । କିନ୍ତୁ ମନ୍ଦିରୁ ବାହାରକୁ ଆସିଲା ପରେ ଖୁବ୍ ଯୋରରେ ସମୁଦ୍ରର ଗର୍ଜନ ଶୁଣା ଯାଇଥାଏ ।
– ଆଗରୁ ରଥ ଯାତ୍ରା ପାଇଁ ୬ଟି ରଥ ନିର୍ମାଣ କରାଯାଉଥିଲା । କାରଣ ଶ୍ରୀ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଏକ ନଦୀ ଥିଲା । ସେଥିପାଇଁ ରଥ ଯାତ୍ରା ବେଳେ ତିନି ଠାକୁର ରଥରେ ବସି ସେହି ନଦୀ ପର୍ଯ୍ୟନ୍ତ ଯାଇଥାନ୍ତି, ଏବଂ ସେଠାରୁ ଦଇତାପତୀ ମାନେ ଠାକୁରଙ୍କୁ କାଠ ନିର୍ମିତ ନୌକାରେ ଆର ପଟକୁ ନେଇଥାନ୍ତି । ଏହାପରେ ତିନି ଠାକୁର ଅନ୍ୟ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ।