ଖମାର(ଏଟିଆର ବ୍ୟୁରୋ):ଓଡିଶାରେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଛି । ହଜାର ହଜାର ଏକର ଜଙ୍ଗଲରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଉଛି ବୃକ୍ଷଲତା । ଏହା ଫଳରେ ଅନେକ ଜୀବଜନ୍ତୁ , ସରୀସୃପ ପ୍ରାଣ ହରାଉଛନ୍ତି । ଗତ ସପ୍ତାହ ମଧ୍ୟରେ ଜଙ୍ଗଲରେ ନିଆଁ ଲାଗି ଭୟଙ୍କର ରୂପ ନେଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଏ ନେଇ କୈାଣସି ପଦକ୍ଷେପ ନେଇନଥିବାରୁ ସ୍ଥିତି ଅଧିକ ସଙ୍ଗିନ ହୋଇଛି ।
ଶିିମିଳିପାଳ ଭଳି ଓଡିଶାର ୨୧୪ ଟି ଜଙ୍ଗଲରେ ନିଆଁ ଲାଗିଛି । ଛୋଟ ଛୋଟ ଜଙ୍ଗଲରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଛି । ବାରିପଦା ସମେତ ରାଇରଙ୍ଗପୁର ,ଭୁବନେଶ୍ୱର.କରଞ୍ଜିଆ,କେନ୍ଦୁଝର,ଆଠଗଡ,ଖୋର୍ଦ୍ଧା,ନୟାଗଡ,ଫୁଲବାଣୀ,ବଣାଇ,ପାରଳାଖେମୁଣ୍ଡି,ବାଲିଗୁଡା,ଘୁମୁସର , ମାଲକାନଗିରି ଟିଭିଜନରେ ନିଆଁ ଲାଗିଥିବାର ଜଣାପଡିଛି ।
ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁଯାୟୀ ୨୦୧୭ରେ ୩୬ ହଜାର ୮୨୭ଟି ସ୍ଥାନରେ ନିଆଁ ଲାଗିଥିଲା। ଏହାଦ୍ବାରା ୧୪ ହଜାର ୧୨୧ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିଲା। ୨୦୧୮ରେ ଏହା ହ୍ରାସ ପାଇ ପାଇ ୩୧ ହଜାର ୬୮୦ଟି ସ୍ଥାନରେ ନିଆଁ ଲାଗିବା ସହ ୯ ହଜାର ୭୩୦ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା।
ସେହିପରି ୨୦୧୯ ରେ ୧୯ ହଜାର ୭୮୭ଟି ସ୍ଥାନରେ ନିଆଁ ଲାଗିବା ସହ ୧୬୪ ହେକ୍ଟର ଜଙ୍ଗଲରେ ରେ ନିଆଁ ଲାଗି ଗାଁ ଭିତରମକୁ ଚାଲିଯାଇଥିଲା । ୨୦୨୦ ରେ କିଛି କିଛି ସ୍ଥାନରେ ଆଦିବାସୀମାନେ ଜଙ୍ଗଲ ଉପରେ ନିର୍ଭର କରି ଲୋକେ ଜଙ୍ଗଲ ଭିତରକୁ ପ୍ରବେଶ କରି କାଠ ଆଣିବା ଲାଗି ଜଙ୍ଗଲରେ ନିଆଁ ଲଗାଇଥିଲେ।