ନୟାଗଡ (ଏଟିଆର ବ୍ୟୁରୋ):ପ୍ରାଚୀନ କାଳର ବହୁ ପୁରାତନ ମନ୍ଦିର ମଧ୍ୟରୁ ଏକ ମନ୍ଦିର ହେଉଛି ନୀଳମାଧବ ମନ୍ଦିର । ନୟାଗଡ ଜିଲ୍ଲାର କଣ୍ଟିଲୋଠାରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି ।
ଶ୍ରୀ ନୀଳମାଧବ ଜିଉ ହେଉଛନ୍ତି କଣ୍ଟିଲୋର ଅଧ୍ୟକ୍ଷ ଦେବତା । ଯିଏ ସବୁଜ ଜଙ୍ଗଲ ନିକଟରେ ଥିବା ଯୋଡା ପାହାଡର ଶୀର୍ଷରେ ମହାନଦୀ ତଟରେ ଛିଡା ହୋଇଛନ୍ତି ।ଭଗବାନ ନୀଳମାଧବଙ୍କ ଚରଣରୁ ପବିତ୍ର ପାଣି ପ୍ରଭାବିତ ହୋଇଥାଏ । ଏହି ସ୍ଥାନରେ ଭଗବାନ ସିଦେ୍ଧଶ୍ୱରଙ୍କ ମନ୍ଦିର ଖୁବ୍ ପ୍ରସିଦ୍ଧ ଅଟେ ।ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କର ଆଧିପତ୍ୟ ରହିବା ପରେ ମଧ୍ୟ ନୀଳମାଧବଙ୍କର ଖୁବ୍ ପୌରାଣିକ ମହତ୍ୱ ରହିଛି ।
ଇତିହାସ ଅନୁଯାୟୀ କଣ୍ଟିଲୋର ମୁଖ୍ୟ ସବର ପ୍ରଥମେ କିତୁଙ୍ଗ ନାମକ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ । ସବର ମାନଙ୍କର ସେହି ଦେବତା ମୁଖ୍ୟ ଥିଲେ । ପୌରାଣିକ ଅନୁଯାୟୀ କଣ୍ଟିଲୋରେ ଇନ୍ଦ୍ରନୀଳଙ୍କ ମଣି ଛବିକୁ ପୂଜାର୍ଚ୍ଚନା କରାଯାଉଥିବାରୁ ଏହି ଦେବତା ନୀଳମାଧବ ନାଁରେ ବେଶ୍ ପ୍ରସିଦ୍ଧ । ତା’ପରେ ଦାରୁ ମୂର୍ତ୍ତି ବହୁ ବିଳମ୍ବରେ ଆଣାଯାଇଥିଲା ।
ମାଘ ସପ୍ତମୀ ଅବସରରେ ଶ୍ରୀ ନୀଳମାଧବଙ୍କ ମନ୍ଦିରରେ ଖୁବ୍ ଧୁମ୍ ଧାମରେ ଉତ୍ସବ ପାଳନ ହୋଇଥାଏ । ଏହି ସ୍ଥାନ କଂସା ଏବଂ ପିତ୍ତଳ ବାସନ ନିର୍ମାଣ ପାଇଁ ଖୁବ୍ ପ୍ରସିଦ୍ଧ । ଭଗବାନ ବିଷ୍ଣୁଙ୍କର ଆର୍ଶିବାଦ ନେବା ଲାଗି ତାଙ୍କର ଏହି ଉତ୍ସବରେ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।
ଏହା ହେଉଛି ଓଡିଶାର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । ଏହା ରାଜଧାନୀ ଭୁବନେଶ୍ୱରରୁ ୧୦୦ କିଲୋମିଟର ଦୁରତାରେ ଏବଂ ନୟାଗଡ ଟାଉନରୁ ୩୩ କିଲୋମିଟର ଦୂରରେ ଅବସ୍ଥିତ ।