କନ୍ଧମାଳ ( ଏଟିଆର ବ୍ୟୁରୋ):ନିର୍ବାଚନକୁ ବିରୋଧ କରି ମାଓବାଦୀ ମାନେ ତେତେକ ଯାଗାରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଏମିତି କି ଗତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଭୋଟ ଦେଲେ ଆଙ୍ଗୁଠି କାଟି ଦେଦେ ବୋଲି ମାଓବାଦୀ ଧମକ ମିଳିଥିଲା । ସେହିଭଳି ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ପୋଲିଂ ଷ୍ଟାପକୁ ଟାର୍ଗେଟ କରିଛନ୍ତି । ମାଓବାଦୀଙ୍କ ଗୁଳିରେ ଟଳିପଡିଲେ ମହିଳା ପୋଲିଂ ଅଫିସର । ଏମତି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ । ସୂଚନା ଅନୁସାରେ ମାଓବାଦୀଙ୍କ ଗୁଳିରେ ମରିଥିବା ପୋଲିଂ ସୁପରଭାଇଜର ହେଲେ ସଂଯୁକ୍ତ ଦିଗାଲ ।
ସଂଯୁ୍କ୍ତ ଦିଗାଲ୍ ଓ ୂତାଙ୍କ ସହିତ ଥିବା ପୋଲିଂ ସହଯୋଗୀ ଏକ ବୋଲେର ଗାଡିରେ ଯିବାବେଳେ ରାସ୍ତାରେ ଥିବା ଏକ ବ୍ରିଜ ନିକଟରେ ଏକ ଲ୍ୟାଣ୍ଡ ମାଇନ ବିଷ୍ପୋରଣ ହୋଇଥିଲା । ଯାହାକୁ ଦେଖି ଏମାନେ ଗାଡିରୁ ଓହ୍ଲାଇ ପଡିଥିଲେ । ମାତ୍ର ସେଠାରେ ଆଗରୁ ଉପସ୍ଥିତ ଥିବା ମାଓବାଦୀ ମାନେ ଏମାନଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ । ଫଳରେ ଏକ ଗୁଳି ସଂଯୁକ୍ତାଙ୍କ ଦେହରେ ବାଜିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ ଆଜି ସକାଳେ କନ୍ଧମାଳ ଫରିଙ୍ଗିଆ ସୁମେରବନ୍ଧ ମିନିଗୁନିପଦ ଠାରେ ମାଓବାଦୀ ମାନେ ପୁଲିଙ୍ଗ ଗାଡିରୁ ଷ୍ଟାପ୍ ମାନଙ୍କୁ ବାହାର କରି ଗାଡିକୁ ଉଡାଇ ଦେଇଥିଲେ ।