ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଫୋନିର ପ୍ରଭାବରେ ପୁରୀ,ଭୁବନେଶ୍ୱର, କଟକ,ଜଗତସିଂହପୁର, ବେଶି ପ୍ରଭାବିତ ହୋଇଛି । ଯାହାଫଳରେ ଏହି ସବୁ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ ସେବା ସବୁଠାରୁ ବେଶି ପ୍ରଭାବିତ ହେଉଛି । ଜନ ସାଧାରଣ ବିନା ଇଣ୍ଟରନେଟ ଓ ମୋବାଲଲରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଟିକେ ନେଟୱର୍କ ପାଇଁ ଲୋକମାନେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା । ମୋବାଇଲ ନେଟୱର୍କ ସମସ୍ୟା ଏକ ପ୍ରକାର ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଯାହାର ବେଶି ପ୍ରଭାବ ଦେଖିବାକୁ ମିଳିଥିଲା ଭୁବନେଶ୍ୱରରେ । ଏହି ମୋବାଇଲ ନେଟୱାର୍କ ସମସ୍ୟାକୁ ଦୂର କରିବା ପାଇଁ ବିଏସଏନଏଲ, ଏୟାରଟେଲ, ଭୋଡାଫୋନ, ଆଇଡିଆ ଏବଂ ଜିଓ ନେଟୱାର୍କ ନେଇଛନ୍ତି ଏକ ବଡ ପଦକ୍ଷେପ । ରାଜଧାନୀରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଉପଭୋକ୍ତା ଯେ କୌଣସି ନେଟଓ୍ର୍କର ଥିଲେ ମଧ୍ୟ ଆଖ ପାଖରେ ଯେ କୌଣସି ନେଟୱର୍କ ଚାଲୁଥିଲେ ୂତାର ସୁବିଧ।। ନେଇ ପାରିବେ । ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ବିଏସନେଲ ପକ୍ଷରୁ ସୂଚନା ଦିଆଯାଇଛି ।
ଜାଣନ୍ତୁ କେମିତି ନିଜ ମୋବାଇଲରେ ଏହାକୁ ସେଟିଙ୍ଗ କରିବେ –
ପ୍ରଥମେ ଆପଣଙ୍କ ଫୋନର ସେଟିଙ୍ଗ ଅପସନକୁ ଯାନ୍ତୁ ।
ପରେ ସେଠାରେ ମୋବାଇଲ ନେଟୱର୍କ ସର୍ଚରେ କ୍ଲିକ କରନ୍ତୁ । ଏବେ ଫୋନରେ ନେଟୱର୍କ ରେଜିଷ୍ଟର ହୋଇଯିବ ।
ଏହାପରେ ଆଫଣଙ୍କୁ ବିଭିନ୍ନ ପ୍ରକାର କମ୍ପାନିର ନେଟୱର୍କ ଦେଖାଯିବ । ତେବେ ଆପଣଙ୍କ ଆଖ ପାଖରେ ଆସୁଥିବା ଯେ କୌଣସି ନେଟୱର୍କ ଉପରେ ଆପଣ କ୍ଲିକ କରି ଏହି ସୁବିଧା ପାଇ ପାରିିବେ ।