ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ସୁଶାନ୍ତ ଧଳସାମନ୍ତ ଙ୍କୁ ୫ ବର୍ଷ ଜେଲ । ଏଭଳି ସଜା ଶୁଣାଇଛନ୍ତି କଟକ ସିଜେଏମ କୋର୍ଟ । ସୁଶାନ୍ତ ଧଳସାମନ୍ତ ଙ୍କ ନାମରେ ବେଆଇନ ଭାବେ ବନ୍ଧୁକ ରଖିବା ଓ ପୋଲିସ ଅଧିକାରୀଙ୍କ ଉପରେ ଗୁଳି ମାଡ କରିବା ଅଭିଯୋଗ ହୋଇଥିଲା ।ଏହାସହ ଅନେକ ଅପରାଧିକ ମାମଲା ସୁସାନ୍ତଙ୍କ ନାମରେ ରହିଥିବା ଜଣାଯାଏ । ତେବେ ୧୯୯୯ ମସିହାରେ ପୋଲିସ ଅଧିକାରୀଙ୍କ ଉପରକୁ ଡି ବ୍ରଦର୍ସ ଙ୍କ ପକ୍ଷରୁ ଗୁଳି ମାଡ ଘଟଣା କୁ ନେଈ ଆଜି ସିଜେଏମ କୋର୍ଟ ଏହି ଦଣ୍ଡବିଧାନ କରିଛି । ଡି ବ୍ରଦର୍ସ ନାମରେ ଜଣାଶୁଣା ଦୁଇ ଧଳସାମନ୍ତ ଭାଇ ଙ୍କ ନାମରେ ପୁର୍ବରୁ ବହୁ ମାମଲା ରହିଥିବା ବେଳେ କେନ୍ଦ୍ରାପଡା ସହରରେ ବନ୍ଧୁକ ଚାଲାଣ ତଥା ଡ୍ରଗସ୍ ବେପାର ଭଳି ସାଙ୍ଗାତିକ କାର୍ଯ୍ୟରେ ଲିପ୍ତ ରହିଥିଲେ ଦୁଇ ଧଳସାମନ୍ତ ଭାଇ । ଏପରିକି ଟେଣ୍ଡର ଫିକ୍ସିଙ୍ଗ ରେ ଜଡିତ ଥିଲେ ଡି ବ୍ରଦର୍ସ । ତେବେ ଆଜି ସୁଶାନ୍ତ ଧଳସାମନ୍ତ ଙ୍କୁ ବେଆଇନ ବନ୍ଧୁକ ରଷିବା ଅପରାଧରେ ୩ ବର୍ଷ ଏବଂ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳିମାଡ ଅପରାଧରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି ସିଜେଏମ କୋର୍ଟ । ତେବେ ଆଜି ପ୍ରଥମଥର ପାଇଁ ସୁଶାନ୍ତ ଧଳସାମନ୍ତ ଙ୍କ ମାମଲାର ଶୁଣାଣି କରାଯାଇ ଏପରି ସଜା ଶୁଣାଇଛନ୍ତି କଟକ ସିଜେଏମ କୋର୍ଟ ।