ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ପୋଷଣ ସମ୍ବନ୍ଧୀୟ ଗୁଣ ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ । ମଞ୍ଜିରେ ଆବଶ୍ୟକୀୟ ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମିନେରାଲସ୍ ଥାଏ, ଯାହା ଶରୀର ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଏହାକୁ ଯେକୌଣସି ଉପାୟରେ ଖାଦ୍ୟରେ ସାମିଲ କରିବା ଜରୁରୀ ।
– ଭଜା କିମ୍ବା ଲୁଣିଆ ସୂର୍ଯ୍ୟମୁଖୀ ମଞ୍ଜିକୁ ସ୍ୱାସ୍ଥ୍ୟକର ସ୍ନାକ୍ସ ଭାବେ ଗଣାଯାଏ । ପୌଷ୍ଟକତା ବଢାଇବାରେ ଏହାକୁ ଆପଣ ଭୋଜନରେ ସାମିଲ କରିପାରିବେ ।
– ସୂର୍ଯ୍ୟମୁଖୀ ମଞ୍ଜିକୁ ମୁଖ୍ୟ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ, ଯେପରିକି ଚିକେନ୍ ତରକାରୀ,ମିକ୍ସ ଭେଜିଟେବୁଲ ରେ ଆପଣ ପକେଇ ପାରିବେ ।
ଏହାବ୍ୟତୀତ ଆପଣ ସାଲାଡ, ପାସ୍ତାରେ ସ୍ୱାଦ ବଢାଇବା ପାଇଁ ଏହାକୁ ବ୍ୟବହାର କରିପାରିବେ ।
– ଏହି ମଞ୍ଜିକୁ ଆପଣ ଯେକୌଣସି ସଫ୍ଟ ଡିସ୍ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ ।
– ସୂର୍ଯ୍ୟମୁଖୀ ମଞ୍ଜିର ଗୁଣ୍ଡକୁ କେକ୍ , ମଫିନ ଏବଂ ବ୍ରେଡ ବ୍ୟାଟରରେ ମଧ୍ୟ ମିଶାଇ ପାରିବେ । ଏହା ପୌଷ୍ଟକତା ବଢାଇଥାଏ ।
– ସୂର୍ଯ୍ୟମୁଖୀ ମଞ୍ଜିରେ ବଟର ତିଆରି କରିବାକୁ ହେଲେ ସୂର୍ଯ୍ୟମୁଖୀ ମଞ୍ଜି, ଲୁଣ ଏବଂ ଖୀର ମିଶାନ୍ତୁ । ଏହାକୁ ଅଧିକ କ୍ରିମି ବନାଇବାକୁ ହେଲେ ଏଥିରେ ସୂର୍ଯ୍ୟମୁଖୀ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହା ଖୀର ଏବଂ ପିନଟ୍ ବଟରର ବିକଳ୍ପ ହୋଇଥାଏ ।