ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁରସ୍କୃତ ହେଲେ ଶ୍ରେଷ୍ଠ ବିଧାୟକ । ବିଗତ ଆଠବର୍ଷର ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନୀତ ହୋଇଛନ୍ତି ରାଜ୍ୟର ୨୪ ଜଣ ବିଧାୟକ । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କରିଥିବା ଉନ୍ନତିମୂଳକ କାର୍ଯ୍ୟ ତଥା ବିଧାନସଭାରେ ନିଜ ଅଞ୍ଚଳର ଦୁଃଖ ଦୁର୍ଦ୍ଧଶାକୁ ଉପସ୍ଥାପନ କରିବା କ୍ଷେତ୍ରରେ ୨୪ ଜଣ ବିଧାୟକଙ୍କୁ ସମ୍ମାନୀତ କରାଯାଇଛି । ବିଗତ ଆଠ ବର୍ଷର ଶେଷ୍ଠ ୨୪ ଜଣ ବିଧାୟକଙ୍କୁ ଆଜି ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ କରିଛନ୍ତି । ତେବେ ଶେଷ୍ଠ ୨୪ ଜଣ ବିଧାୟକ ମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ୍ ଓ ଉତ୍କଳ ଗୌରବ ମଧୁସୂଧନ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି ।
ସମସ୍ଥ ୨୪ ଜଣ ବିଧାୟକ ମାନଙ୍କ ମଧ୍ୟରୁ ୨୦୦୯ ପାଇଁ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାଣିକ ଓ ୨୦୧୬ ପାଇଁ ଚକ୍ରଧର ପାଇକ ଉତ୍କଳ ଗୌରବ ମଧୁସୂଧନ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ୨୦୧୨ ପାଇଁ ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ , ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।
ସେହିପରି ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ୨୦୦୯ ପାଇଁ ସଞ୍ଜୟ କୁମାର ଦାସ ବର୍ମା, ୨୦୧୦ ପାଇଁ ପ୍ରୀତିରଞ୍ଜନ ଘଡାଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାଶ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର, ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ସମ୍ମାନିତ କରାଯାଇଛି । ସମ୍ମାନୀତ ବିଧାୟକ ମାନଙ୍କୁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି । ପୁର୍ବତନ ବିଧାୟକ ମାନଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ଦିଆଯାଇଥିବା ବେଳେ ବର୍ତ୍ତମାନ ବିଧାୟକ ମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024