ଯାଜପୁର (ଏଟିଆର ବ୍ୟୁରୋ ) ; ସଇତାନ ସାଜିଲା ପୁଅ । ଜମି ବାଡି କଳହକୁ କେନ୍ଦ୍ର କରି ବାପାର ହତ୍ୟା କଲା ପୁଅ । ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନ କୁମାରସାହି ଗ୍ରାମରେ । ତେବେ ମୃତକ ଜଣକ ରାଧେଶ୍ୟାମ ବେହେରା ବୋଲି ଜଣା ପଡିଛି ।
ଜମିବାଡି ଭାଗବାଣ୍ଟ ବିବାଦକୁ ନେଇ ଆଜି ସକାଳ ସମୟରେ ପୁଅ ପ୍ରମୋଦ ଓ ବାପା ରାଧେଶ୍ୟାମଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଝଗଡା ଧୀରେ ଧୀରେ ବହୁତ ବଡ ହେବାରେ ଲାଗିଲା । ଉଭୟେ ଉଭୟଙ୍କୁ ଠେଙ୍ଗାରେ ଆକ୍ରମଣ ମଧ୍ୟ କଲେ । ଏହି ଝଗଡା ମଧ୍ୟରେ ପୁଅ ପ୍ରମୋଦ ର ଠେଙ୍ଗାମାଡ ସିଧା ଯାଇ ରାଧେଶ୍ୟାମଙ୍କ ମୁଣ୍ଡରେ ବାଜିଥିଲା ଫଳରେ ଘଟଣା ସ୍ଥଳରେ ରାଧେଶ୍ୟାମ ମୃତ୍ୟୁ ବରଣ କରିଥିଲେ । ଅନ୍ୟପଟେ ରାଧେଶ୍ୟମଙ୍କ ଠେଙ୍ଗା ମାଡରେ ପ୍ରମୋଦ ମଧ୍ୟ ଆହତ ହୋଇଛନ୍ତି । ତେବେ ରାଧେଶ୍ୟାମଙ୍କୁ ସଂଗେ ସଂଗେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ପୁଅ ପ୍ରମୋଦକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024