ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ସମସ୍ତଙ୍କ ମନରେ ହସ ଫୁଟାଉଥିବା ପପୁ ପମ ପମଙ୍କ ଆଖିରୁ ଶୁଖୁନି ଲୁହ । ହସାଇ ହସାଇ ବେଦମ କରୁଥିବା ପପୁ ଏବେ ଡାକ୍ତରଖାନା ବେଡରେ । ଏମ୍ସରେ ଭର୍ତ୍ତୀ ହେଲେ ପପୁ । ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଗଲେ ପପୁ ପମ ପମ । ଓଲିଉଡର କମେଡି କିଙ୍ଗ ତତ୍ୱ ପ୍ରକାଶ ସତପଥୀ ଓରଫ ପପୁ ଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବା ଯୋଗୁ ତାଙ୍କୁ ପୁଣି ଥରେ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତୀ କରାଯାଇଛି । ସେ ବର୍ତ୍ତମାନ ଗ୍ୟାଷ୍ଟ୍ରୋଏନଡେରୋଲୋଜି ବିଭାଗର ଆଇସିୟୁ ରେ ଅଛନ୍ତି । ତେବେ ତାଙ୍କୁ ଗତ ୭ ଦିନ ହେବ ଦିଲ୍ଲୀ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସୁଚନା ଯୋଗ୍ୟ ଯେ , ପପୁ ପାନକ୍ରିୟାସ ରୋଗରେ ପୀଡିତ ଥିବାରୁ ତାଙ୍କୁ ମେ ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତୀ କରାଯାଇଥିଲା । ସେତେବେଳେ ସେଠାରେ ସେ ଗ୍ୟାଷ୍ଟ୍ରୋଏନଡେରୋଲୋଜି ବିଭାଗରେ ଚିକିତ୍ସାରତ ଥିଲେ । ସେଠାରେ ତାଙ୍କର ପାନକ୍ରିୟାସର ସଫଳ ଚିକିତ୍ସା ପରେ ଜୁଲାଇ ୧୦ ତାରିଖ ଦିନ ଓଡିଶା ଆସିଥିଲେ ପପୁ । ସେ ସମ୍ପୁର୍ଣ୍ଣ ଭଲ ହୋଇଯାଇଥିବା କଥା ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ଜଣାଇଥିଲେ । ତେବେ ପପୁ ପୁଣି ଡାକ୍ତରଖାନାରେ ଭର୍ତ୍ତୀ ହେବାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାରର ଦୁଃଖର ବାତାବରଣ ସୃଷ୍ଟି ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024