ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ବେବୋ ଓରଫ ଅଭିନେତ୍ରୀ କରୀନା କପୁର ତାଙ୍କ ପରିବାର ସହ ଛୁଟି କାଟିବାକୁ ମାଲଦୀବ ଯାଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟେ ଦିନ ପୂର୍ବରୁ ସୋହା ଅଲ୍ଲୀ ଖାଁ, କରୀନା ଏବଂ ସୈଫଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ କରୀନା ଏକ ଗୋଲାପି ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରି ନାହାଁନ୍ତି ଫଳରେ ସେ ଟ୍ରୋଲର ଶିକାର ହୋଇଛନ୍ତି ।
Making a splash!! pic.twitter.com/nIHFgEUmjO
— Soha Ali Khan (@sakpataudi) September 3, 2018
ତୈମୁର ଜନ୍ମ ହେବା ପରେ କରୀନା ନିଜକୁ ଖୁବ୍ ଫିଟ୍ ରଖିଛନ୍ତି । କିନ୍ତୁ କରୀନାଙ୍କର ଏହି ବିକିନି ପିନ୍ଧା ଫଟୋ ତାଙ୍କୁ ଅସୁବିଧାରେ ପକାଇ ଦେଇଛି । ଏହି ଫଟୋ ପାଇଁ ତାଙ୍କୁ ଅନେକ ଖରାପ କଂମେଟ ଶୁଣିବାକୁ ମିଳିଛି । କିଏ ଲେଖିଛି କରୀନା ତୁମେ ମୁସଲିମ୍ ହୋଇ ତୁମକୁ ଏହା ସୋଭା ଦେଉନାହିଁ, ତ ଆଉ କିଏ ଲେଖିଛି ଏହି ମେକଅପରେ ବିଲକୁଲ୍ ରୋଗଣା ଦିଶୁଛ । ଏଭଳି ଅନେକ ଖରାପ କଂମେଟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।