ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବଢ଼ିଲା ବସଭଡ଼ା । ତେଲ ଦର ଲଗାତାର ବଢ଼ିଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିଲୋମିଟର ପ୍ରତି ବସ ଭଡ଼ା ୨ରୁ ୪ପଇସା ବଢ଼ିଥିବା ଜଣାପଡିଛି ।
ଅର୍ଡିନାରୀ, ଏକ୍ସପ୍ରେସ ବସ ଭଡ଼ା ୨ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି । ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବସ ଭଡ଼ା ବଢ଼ାଯାଇଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ଲୋକଙ୍କ ଉପରେ । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।