ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମଙ୍ଗଳବାର ଏବଂ ଭଗବାନ ହନୁମାନଙ୍କ ଦିନ । ଆଜି ଆମେ ଆପଣଙ୍କୁ ହନୁମାନଙ୍କର କିଛି ଚମତ୍କାରୀ ନାଁ ବିଷୟରେ କହିବାକୁ ଯାଉଛୁ । ବଜରଙ୍ଗୱାଲିଙ୍କ ଏହି ନାଁ ସ୍ମରଣ କରିବା ଦ୍ୱାରା ସମସ୍ତ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କର ସେହି ନାଁ ବିଷୟରେ ।
– ଓଁ ହନୁମାନ, ଓଁ ଅଞ୍ଜନି ସୁତ, ଓଁ ବାୟୁ ପୁତ୍ର, ଓଁ ମହାବଳ, ଓଁ ରାମେଷ୍ଠ, ଓଁ ଫାଲଗୁନ ସଖା, ଓଁ ପିଙ୍ଗାକ୍ଷ, ଓଁ ଅମିତ ବିକ୍ରମ, ଓଁ ଅଦଧିକ୍ରମଣ, ଓଁ ସୀତା ଶୋକ ବିନାଶକ, ଓଁ ଲକ୍ଷ୍ମଣ ପ୍ରାଣ ଦାତା, ଓଁ ଦଶଗ୍ରିବ ଦର୍ପହା ।
– ସକାଳୁ ଉଠି ଭଗବାନ ହନୁମାନଙ୍କର ଏହି ୧୨ଟି ନାମକୁ ୧୧ଥର ଜପ କରିବା ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି ।
– ନୀତି ନିୟମ ଅନୁଯାୟୀ ନାମ ସ୍ମରଣ କରିବା ଦ୍ୱାରା ଇଷ୍ଟ ପ୍ରାପ୍ତି ହୋଇଥାଏ ।
– ଦିପ୍ରହରେ ଭଗବାନଙ୍କ ନାମ ଉଚ୍ଚାରଣ କରୁଥିବା ବ୍ୟକ୍ତି ଧନବାନ ହୋଇଥାନ୍ତି । ସେହିପରି ସଂଧ୍ୟା ବେଳେ ପାରିବାରିକ ସୁଖ ପ୍ରାପ୍ତି ହୋଇଥାଏ ।
– ରାତିରେ ଶୋଇଲା ବେଳେ ଭଗବାନଙ୍କ ନାମ ଉଚ୍ଚାରଣ କଲେ ଶତୃଙ୍କଠାରୁ ବିଜୟ ଲାଭ ପ୍ରାପ୍ତ ହୋଇଥାଏ ।