କୋଲକାତା (ଏଟିଆର ବ୍ୟୁରୋ): କୋଲକାତାର ଏକ ସରକାରୀ କଲେଜ ଏବଂ ହସ୍ପିଟାଲରେ ନିଆଁ ଲାଗି ଯାଇଛି । ଚାହୁଁ ଚାହୁଁ କଲେଜର ଫାର୍ମାସି ଡିପାର୍ଟମେଣ୍ଟ ଜଳି ଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଁଚି ନିଆଁକୁ ଆୟତ କରିବାକୁ ଲାଗି ପଡିଛନ୍ତି । ନିଆଁ ଚାରି ଆଡେ ବ୍ୟାପି ଯାଇଥିବାରୁ ଘଟଣାସ୍ଥଳରେ ୧୦ଟି ନିଆଁ ଲିଭା ଗାଡି ମୁତୟନ କରାଯାଇଛି ।
ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବାର ଅନୁମାନ କରାଯାଇଛି । ଏହାର ପ୍ରଭାବରେ ହସ୍ପିଟାଲରେ ଥିବା କୌଣସି ରୋଗୀଙ୍କର କିଛି କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ, ନିଆଁ ଧୀରେ ଧୀରେ ଚାରିଆଡେ ବ୍ୟାପୁଥିବାରୁ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ସ୍ଥାନାନ୍ତରିତ କରାଯାଇଛି ।