ଡେରାଡୁନ ( ଏଟିଆର ବ୍ୟୁରୋ ) : ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ଚାଲିଲା ବିଜୁଳି ଚାଳିତ ଇକୋଫ୍ରେଣ୍ଡଲି ଟୁରିଷ୍ଟ ବସ୍ । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ପତକା ଉତୋଳନ କରି ଏହି ବସ ଚଳାଚଳର ଶୁଭ ଉଦଘାଟନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ପ୍ରାୟ ପଚିଶଟି ବସ୍ ଚଳାଚଳ କରିବ । ଏହି ବସ ଗୁଡିକ ହାଲଦ୍ୱାନି-ନୈନିତାଲ ଏବଂ ଡେରାଡୁନ-ମସୌରି ରୁଟରେ ଚଳାଚଳ କରିବ ।
ଏକ କୋଟି ଟଙ୍କା ବ୍ୟୟରେ ଏହି ବସ ଗୁଡିକ ବିଶେଷ ରୁପରେ ପାହାଡିଆ ଅଞ୍ଚଳ ପାଇଁ ତିଆରି କରାଯାଇଛିି ଯେଉଁଥିରେ ୩୦ ଜଣ ଲୋକ ବସିବାର ସୁବିଧା ରହିଛି । ଏହି ବସରେ ଜିପିଏସ ସିଷ୍ଟମ, ପ୍ୟାନିକ ବଟନ, ସିସିଟିଭି କ୍ୟାମେରା ଏବଂ ଆପାତକାଳିନ ଝରକାର ସୁବିଧା ରହିଛି ।