ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଧରା ପୃଷ୍ଠକୁ ଆସିବେ ଜଗତ ଜନନୀ ମା ଦୁର୍ଗା । ଦୂର ହେବ ସମସ୍ତଙ୍କ ମନର ଦୁଃଖ । ଏଥିପାଇଁ ସାରା ଓଡିଶାର ଦୁର୍ଗା ପୂଜା କମିଟିର ସଦସ୍ୟମାନେ ନିଜର ପୁଜା ମଣ୍ଡପକୁ ସୁନ୍ଦରକରିବା ପାଇଁ ଜୋରସୋରରେ ଲାଗିପଡିଛନ୍ତି । ଓଡିଶାରେ କଟକର ଦଶହରା ବିଶ୍ୱପ୍ରସିଦ୍ଧ ହୋଇଥିବାରୁ ସମସ୍ତ ଓଡିଆଙ୍କ ପାଇଁ ଏହା ଏକ ଗର୍ବର ବିଷୟ କାରଣ କଟକରେ ଦେଖିବାକୁ ମିଳିଥାଏ ସୁନା ଚାନ୍ଦିଦ୍ୱାରା ଖଜିତ ହୋଇଥିବା ମେଢ଼ । ଯାହାକି ସମସ୍ତଙ୍କୁ ଆକୃଷ୍ଠ କରିଟାଣି ନେଇଥାଏ ମାଙ୍କ ପାଖକୁ ।
ଦୁର୍ଗା ପୁଜାର ତ୍ୱରଣ କଥା କହିଲେ ପ୍ରଥମେ ନଜରକୁ ଆସନ୍ତି ରାଜଧାନୀ ଭୁବନେଶ୍ୱରର ପୁଜା ମଣ୍ଡପ । କାରଣ ଏଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ତ୍ୱରଣ ପାଇଁ । ତେଣୁ ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ଚାଲିଛି ତ୍ୱରଣ କାମ । ଯଦିବି ତିତଲି ଆସିବା ଭୟରେ ଦୁଇଦିନ ହେବ କାମ ଟିକେ ଧିର ହୋଇଛି । ମାତ୍ର ସଠିକ ସମୟରେ କାମ ହୋଇଯିବ ବୋଲି କହିଛନ୍ତି ସବୁ ପୂଜା ମଣ୍ଡପର କର୍ମକର୍ତ୍ତା ଏବଂ କାମ କରୁଥିବା କାରିଗରମାନେ ।
ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ବୋଲାଉଥିବା ବା ସବୁବେଳେ ତ୍ୱରଣ ପାଇଁ ଚର୍ଚ୍ଚାରେ ରହୁଥିବା ନୟାପଲ୍ଳୀ ମଣ୍ଡପରେ ଭକ୍ତମାନେ ଦେଖିବାକୁ ପାଇବେ ମହାଭାରତ ସମୟର ହସ୍ତୀନାପୁରୀର ଅପୁର୍ବ ରାଜପ୍ରାସାଦ । ଯାହାକି ଭକ୍ତଙ୍କ ସମ୍ପୂର୍ଣ୍ଣ ମନୋକୁ ଛୁଇଁବ ବୋଲି ମଣ୍ଡପ ପକ୍ଷରୁ ସୂଚନା ଦେଇଛନ୍ତି । ସେହିଭଳି ସହିଦ ନଗର,ବରମୁଣ୍ଡା,ଷ୍ଟେସନ ବଜାର,ରସୁଲଗଡ ଏବଂ ଅନ୍ୟ ପ୍ରମୁଖ ପୂଜା ମଣ୍ଡପମାନେ କଡା ଟକ୍କର ଦେବାକୁ ନିଜର ମଣ୍ଡପକୁ ସଜାଉବେ ବୋଳି କହିଛନ୍ତି ।
ରିପୋର୍ଟ : ଗୁଣନିଧି ବେହେରା