ବିହାର (ଏଟିଆର ବ୍ୟୁରୋ ) ; ଖୋଲିବ ଲାଲୁ ସାମ୍ରାଜ୍ୟର କଳାକାରନାମା । ଲାଲୁ ଓ ତାଙ୍କ ପରିବାର ପକ୍ଷରୁ ଆଜିଯାଏଁ କରାଯାଇଥିବା ଦୁର୍ନୀତିର ପେଡି ଖୋଲିଲେ ସୁଶୀଲ ମୋଦି । ଏଥିପାଇଁ ୨୦୦ ପୃଷ୍ଠାର ଦସ୍ତବିଜର ଲୋକାର୍ପଣ କରିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଯାହାର ନାମ ରଖାଯାଇଛି ‘ଲାଲୁ ଲୀଲା’ । ଆରଜେଡିର ମୁଖ୍ୟ ଲାଲାୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ନାମରେ ଥିବା ତମାମ ଦିର୍ନୀତିକୁ ଏହି ଦସ୍ତାବିଜରେ ଲିପିବଦ୍ଧ କରାଯାଇଛି ।
ଗତକାଲି ସୁଶୀଲ ମୋଦି ପାଟଣା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲାଲୁଙ୍କ ଦୁର୍ନୀତି ସମ୍ବଳିତ ଦସ୍ତାବିଜକୁ ଗଣମାଧ୍ୟମକୁ ଦେଇଛନ୍ତି । ଏହି ଦସ୍ତାବିଜରେ ଲାଲୁ କିଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହି କୋଟି କୋଟି ଟଙ୍କା ହଡପ କରିଛନ୍ତି ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
ସେପଟେ ସୁଶୀଲଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ଓ ନିତୀଶ ଗଡକରି । ଏହି ଦସ୍ତାବିଜରେ ଜେଟଲି ଓ ଗଡକରି ଦେଇଥିବା ମତକୁ ମଧ୍ୟ ପ୍ରକାଶ କରାଯାଇଛି । ସେପଟେ ଲାଲୁ ଓ ତାଙ୍କ ପରିବାର ଦୁର୍ନୀତିକୁ ପର୍ଦାଫାସ କରିବା ଲାଗି ସୁଶୀଲ ଗତ ୨୦୧୭ ମସିହା ଠାରୁ ପ୍ରୟାସ ଚଳାଇଥିଲେ । ଏଭଳି କାର୍ଯ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ପ୍ରଶଂସା କରିଛନ୍ତି ।