ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; କେତେଜଣ ଅସାମାଜିକ ବ୍ୟକ୍ତି ତଥା ଅସଭ୍ୟଙ୍କ ପାଇଁ ସାମ୍ବାଦିକଙ୍କ ପ୍ରତି ଥିବା ଲୋକମାନଙ୍କ ଭଲ ପାଇବା କ୍ଷୂର୍ଣ୍ଣ ହେବାରେ ଲାଗିଛି । କାରଣ କେତେକ ଲୋକ ସାମ୍ବାଦିକ ବୋଲି ପରିଚୟ ଦେଇ ବିଭିନ୍ନ ଅନିତିକର କାର୍ଯ୍ୟରେ ଲିପ୍ତ ଥିବା ଦେଖିବାକୁ ମିଳୁଛି । କେତେକ ସାଧାରଣ ଲୋକ ମଧ୍ୟ ନିଜ ଗାଡିରେ ପ୍ରେସ ଲେଖି ଟ୍ରାଫିକ ପୋଲିସ ଏବଂ ଅନ୍ୟ ଜନସାଧାରଣ ଆଖିରେ ଧୂଳି ପକାଇ ଠକିଥାନ୍ତି ।
ସାମ୍ବାଦିକମାନେ ସାଧାରଣତଃ ଲୋକମାନଙ୍କ ପାଖରେ ସମସ୍ତ ଟିକନିଖ ଖବର ପହଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି । ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଣୁ ସମାଜ ପାଇଁ କିଛି ଭଲ କାମ କରିଥିବା ସାମ୍ବାଦିକମାନଙ୍କୁ ସ୍ଥାନୀୟ ଜୟଦେବ ଭବନରେ ପୂର୍ବରୁ ସାମ୍ବାଦିକତାରେ ଦକ୍ଷ ବ୍ୟକ୍ତି ତଥା ପ୍ରଜାତନ୍ତ୍ରର ସମ୍ପାଦକ ଡଃ ହରେକୂଷ୍ଣ ମହତାବ ପ୍ରଗତିବାଦୀର ସମ୍ପାଦକ ପ୍ରଦ୍ୟୁନ ବଳଙ୍କ ଭଳି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପୁରଷ୍କାର ପ୍ରଦାନ କରାଯାଇଛି ।
ଓଡିଶା ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏହି ସମ୍ମିଳନୀରେ ରାଜ୍ୟରେ ସମସ୍ତ ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା ଦୈନିକ ସାପ୍ତାହିକ,ପାକ୍ଷିକ ଓ ମାସିକ ସମସ୍ତ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ପେସାଦାର ସମ୍ବାଦିକ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ କିପରି ନିଜର ଉଚିତ ପ୍ରାପ୍ୟ ଏବଂ ପେନସନ ମିଳିବ ଏଥିପାଇଁ ଓଡିଶା ଗଣମାଧ୍ୟମ ପରିଷଦ ଗଠନ ହୋଇଛି । ଏଥିରେ ସାମ୍ବାଦିକତା କ୍ଷେତ୍ରରେ ସ୍ନାତକ ଏବଂ ଡିପ୍ଳୋମା କରିଥିବା ପେଷାଦାର ସମ୍ବାଦିକମାନଙ୍କୁ ସାମିଲ କରାଯିବ ।
ରିପୋର୍ଟ ଗୁଣନିଧି ବେହେରା